ଭୁବନେଶ୍ବର:ଦେଶରେ ଦିନକୁ ଏକ କୋଟି ଟୀକା ଦିଆଯାଉ । ଆଜି (ଶୁକ୍ରବାର) ସର୍ବଭାରତୀୟ କଂଗ୍ରେସ କମିଟି (AICC) ଆହ୍ବାନ କ୍ରମେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡିଶାର ସାଢେ 4 କୋଟି ଅଧିବାସୀଙ୍କୁ ଟୀକା ଦେବା ପାଇଁ ଦାବି କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦାବି କରାଯାଇଛି ।
ଏହାସହ ଦେଶରେ ପ୍ରତିଦିନ 1 କୋଟି ଟୀକା ଦେବା ପାଇଁ କଂଗ୍ରେସ ଦାବି କରିଛି । ପ୍ରଧାନମନ୍ତ୍ରୀ ଜାନୁଆରୀ 2020ରେ କୋରୋନାକୁ ହରେଇଛୁ ବୋଲି ଘୋଷଣା କରିଥିଲେ । ତାପରେ ପଶ୍ଚିମବଙ୍ଗ ନିର୍ବାଚନ ହେଲା । ସମଗ୍ର ଦେଶରେ କୋରୋନା ଦୃତ ଗତିରେ ବ୍ୟାପିଲା । ହେଲେ ମୋଦୀ ସରକାର ଭ୍ୟାକ୍ସିନ ଦେଇନପାରି ହାତ ଟେକି ଦେଲେ । ଦୁଃଖର କଥା ଯେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ କହିପାରୁନାହାନ୍ତି ଯେ ଆମକୁ ଭ୍ୟାକ୍ସିନ ଦିଅନ୍ତୁ । ହେଲେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହୁଛନ୍ତି । କିଛି ରାଜ୍ୟରେ ନିର୍ବାଚନ ଥିଲା ବୋଲି ସେଠାରେ ମାଗଣାରେ ଭ୍ୟାକ୍ସିନ ଯୋଗାଇ ଦିଆଯିବ ବୋଲି ସରକାର ମାନେ ଘୋଷଣା କଲେ । କିନ୍ତୁ ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଆମକୁ ଭ୍ୟାକ୍ସିନ ମିଳିବ ନାହିଁ । କୋୱିନ ପୋର୍ଟାଲ ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଭ୍ୟାକ୍ସିନ ପାଇବା ପାଇଁ ରେଜିଷ୍ଟ୍ରେସନ କରିବା ସମ୍ଭବ ନୁହେଁ । ତେଣୁ ସେହି ଅଞ୍ଚଳ ଗୁଡିକୁ କୋୱିନ ପୋର୍ଟାଲରୁ ବାଦ ଦିଅନ୍ତୁ ।