ଭୁବନେଶ୍ବର: ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରେସ୍ମିଟ୍ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ସାରା ରାଜ୍ୟରେ ଜଙ୍ଗଲରାଜ ଚାଲିଛି କହି ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁର ଜୁଡିସିଆଲ ତଦନ୍ତ ମଧ୍ୟ ଦାବି କରିଛନ୍ତି ନରସିଂହ ।
ସେହିପରି ଶୁକ୍ରବାର ବିଧାନସଭା ଆରମ୍ଭ ହେଲା, ମୁଖ୍ୟମନ୍ତ୍ରୀ ଗୃହରେ ରହି ବକ୍ତବ୍ୟ ରଖିପାରିଥାନ୍ତେ ବା ଘରେ ରହି ବକ୍ତବ୍ୟ ରଖିପାରିଥାନ୍ତେ । ଯଦି ତାହା ହୋଇଥାନ୍ତା ଆଜି ଗୃହରେ ଏଭଳି ପରିସ୍ଥିତି ହୋଇନଥାନ୍ତା ବୋଲି ସେ ଦର୍ଶାଇଛନ୍ତି ।
ଦୁଇ ଦୁଇଟି ହାଜତ ମୃତ୍ୟୁ । ପୁରୀରେ ପୋଲିସ ବକ୍ତବ୍ୟ ଗ୍ରହଣୀୟ ହେଉନି । ଲୋକେ ଗ୍ରହଣ କରି ପାରୁନାହାନ୍ତି । ସୁନ୍ଦରଗଡ ଓ ପୁରୀ ଏସପି କହିଛନ୍ତି ଯେ ମାନବଧିକାର ଆଇନ ଅନୁଯାଇ ତଦନ୍ତ ହେବ । ଆମେ କୋର୍ଟକୁ ଲେଖିଛୁ ଜୁଡ଼ିସିଆଲ ତଦନ୍ତ ହେବ । ଯାହା ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବ । ତେବେ ଆମେ ପ୍ରଶ୍ନ କରିଛୁ ଯେପର୍ଯ୍ୟନ୍ତ ପୋଲିସ ଅଧିକାରୀ ସେ ଜାଗାରୁ ନ ବଦଳିବେ ତାଙ୍କୁ ସସପେଣ୍ଡ ନକରାଯିବ । କିଭଳି ନିରପେକ୍ଷ ତଦନ୍ତ ହେବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହାଜତ ମୃତ୍ୟରେ ପୋଲିସ ମୃତଦେହ ଦେଲାନି । ନିଜେ ଦାହ କରିଦେଲେ । ଧାରା 21 ଅନୁସାରେ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି । ମୃତ୍ୟୁବ୍ୟକ୍ତିର ମଧ୍ୟ ସେ ଅଧିକାର ଅଛି । ହେଲେ ସେ ଅଧିକାର ମୃତ ବ୍ୟକ୍ତିକୁ ମିଳିଲାନି । ଏପରି ଉତ୍ତରପ୍ରଦେଶରେ ହୋଇଥିଲା । ରାଜ୍ୟରେ ଯେଉଁ ଅଫିସର ଏଥିରେ ସାମିଲ ଅଛନ୍ତି ଆମର ଦାବି ତାଙ୍କ ବିରୋଧରେ ସରକାର ତୁରନ୍ତ କର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।