ଭୁବନେଶ୍ବର :ଚିଲିକା ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ପାଇଁ ଲଗାଯାଉ NSA(National Security Act) । ବାରମ୍ବାର ଅପରାଧ ପାଇଁ ତୁରନ୍ତ ଗିରଫ କରାଯାଉ । ତାଙ୍କୁ ଦଳରୁ ବହିଷ୍କାର କରିବା ସହ ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ ।
କାରଣ ଓଡିଶା ରାଜନୈତିକ ଇତିହାସରେ ଏହା ଏକ କଳଙ୍କିତ ଦିନ । ଜନତାଙ୍କ ଭୋଟରେ ବିଧାୟକ ଜିତିବା ପରେ ସେହି ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଚେଷ୍ଟା କରିବା ଘଟଣା ଆଜି ସଭିଁଙ୍କୁ ଚକିତ କରିଛି । ବୋଲଗଡ଼ ବେଗୁନିଆରୁ ବିଧାୟକ ଥିବାବେଳେ ସେ ବାରମ୍ବାର ଏଭଳି ଘଟଣା ଘଟାଇ ବଦନାମ ହେବା ପରେ ବିଜେଡି ତାଙ୍କୁ ଚିଲିକାରେ ଥଇଥାନ କଲା । ଉତ୍ତର ପ୍ରଦେଶ ଲଖିମପୁର ଖେରି ଘଟଣାର ପରି ପୁନରାବୃତ୍ତି କଲା ବିଜେଡି ।
ୟୁପି, ବିହାର ଷ୍ଟାଇଲ ନେତାଙ୍କ ଭଳି ନିଜ ବାହୁବଳର ପ୍ରୟୋଗ କରି ପ୍ରଶାନ୍ତ ଗାଡି ଚଢାଇ ଚାଲିଲେ । ସାଧାରଣ ଲୋକ, ଦଳୀୟ କର୍ମୀ ଓ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେ ନିଲମ୍ବିତ ହୋଇଥିବାବେଳେ କାହିଁକି ସେ ସେଠାକୁ ଯାଇଥିଲେ ? କାହିଁକି ବାରମ୍ବାର ବିଜେଡି ରାଜନୈତିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିଲେ ? ଜମି ହଡପ, ମହିଳାଙ୍କୁ ମାଡ଼, ସରକାରୀ କର୍ମଚାରୀଙ୍କୁ ମାଡ଼ ଭଳି ଅନେକ ସାଂଘାତିକ ଅଭିଯୋଗ ତାଙ୍କ ବିରୋଧରେ ରହିଛି ।