ଓଡିଶା

odisha

କୋଭିଡ ପରିଚାଳନାରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଗ୍ରାଉଣ୍ଡରେ ସରକାରୀ ଅଫିସର ମାନେ କୋରୋନା ମୁକାବିଲା ଠିକ ଭାବରେ କରୁନଥିବା ଅଭିଯୋଗ କରିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଅଧିକ ଖବର ପଢନ୍ତୁ...

By

Published : Aug 2, 2020, 5:00 PM IST

Published : Aug 2, 2020, 5:00 PM IST

କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ
କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଯେଉଁଭଳି ଭାବରେ କୋରୋନା କାୟା ରେ ଫସି ରହିଛନ୍ତି ସାଧାରଣ ଜନତା ଏହି ସବୁ ପରିଚାଳନା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ।

ନିୟୋଜିତ ଥିବା କୋଭିଡ ପରିଚାଳନା ଦାୟିତ୍ବରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସଭିଁଙ୍କୁ ସଚେତନ କରିବା ସହ ଜିଲ୍ଳାପାଳଙ୍କୁ ଦାୟିତ୍ବ ଦେଇଛନ୍ତି । ହେଲେ ଗ୍ରାଉଣ୍ଡରେ ସରକାରୀ ଅଫିସର ମାନେ କୋରୋନା ମୁକାବିଲା ଠିକ ଭାବରେ କରୁନଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ କହିଛି "ଏହା ଉପରେ ଠିକ ଭାବରେ ସରକାର ନଜର ରଖନ୍ତୁ ନହେଲେ ଗଞ୍ଜାମ ଭଳି ପରିସ୍ଥିତି ଉପୁଜିବ"।

କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ବାହାରୁ ଆସୁଥିବା ଯେଉଁ ମାନେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ସେମାନଙ୍କୁ ଦୁଇ ହଜାର ଟଙ୍କା ମିଳିପାରିଲା ନାହିଁ। ଏହାକୁ ମଧ୍ୟ ହିସାବ ସହ ଓ ସରକାର ଏହାକୁ କାମରେ କରି ଦେଖାନ୍ତୁ ବୋଲି କଂଗ୍ରେସ କହିଛି । ଅନ୍ୟପଟେ ବାଙ୍କିରେ ଥିବା ବିଧାୟକ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଯାହା ବିନା ଅନୁମତିରେ କରାଯାଇଥିଲା ।

କିନ୍ତୁ ଏପର୍ଯ୍ୟନ୍ତ "ବିଜେଡି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏମାନେ କଣ ସମସ୍ତେ ଆଇନ ଉପରେ ବୋଲି" କଂଗ୍ରେସ ପ୍ରଶ୍ନ କରିଛି। ଯଦି କଂଗ୍ରେସ ଓ ବିଜେପି ଉପରେ ଫାଇନ ଆଦାୟ ହେଉଛି ବିଜେଡି ଉପରେ କଣ ପାଇଁ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details