ଭୁବନେଶ୍ବର: ପୁଣି ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ । ରାଜ୍ୟର ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଆସିଛି ହାଇକମାଣ୍ଡଙ୍କ ଡାକରା । ସର୍ବଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ରୁଦ୍ର ରାଜୁ ବିଧାୟକଙ୍କୁ ଦିଲ୍ଲୀରେ ଆସିବା ପାଇଁ ଫୋନ ଆସିଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଏହାକୁ ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ସମସ୍ତ ବିଧାୟକ ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଛି। କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ଦ୍ୱାରା ହଇରାଣ କରୁଛନ୍ତି ।