ଭୁବନେଶ୍ବର: ରାଜ୍ୟ ସରକାର ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଛଡେଇଲେ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ସେ ଏହା ପ୍ରକାଶ କରିଛନ୍ତି ।
ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଛଡାଇଲେ ସରକାର: ତାରା - ତାରାପ୍ରସାଦ ବାହିନୀପତି
ରାଜ୍ୟ ସରକାର ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଛଡେଇଲେ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ସେ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...
ସରକାର ଗୁଣିଆ ହୋଇ ଲାଗିଲେ, ଡାହାଣୀ ହୋଇ ଛଡେଇଲେ: ତାରା
କୋଟି କୋଟି ଲୋକଙ୍କ ବିଶ୍ବାସକୁ ଆଧାର କରି ଜଗନ୍ନାଥ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ତାରା କହିଛନ୍ତି । ଏବେ ରାଜ୍ୟ ସରକାର ରଥଯାତ୍ରା କରିବା ପାଇଁ ବାଧ୍ୟ । ଆମକୁ ରଥଯାତ୍ରା ଆବଶ୍ୟକ ରହିଛି । ଭକ୍ତମାନେ ଦର୍ଶନ କରିବାର ଅଛି । ଯେମିତି ଶାନ୍ତି ଶୃଙ୍ଖଳା ସହିତ ସାମାଜିକ ଦୂରତା ବଜାୟ ରହିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ତାରା କହିଛନ୍ତି । ଅନ୍ୟପକ୍ଷରେ ବିନା ଭକ୍ତରେ ରଥଯାତ୍ରା ହେଲାଣି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ