ଭୁବନେଶ୍ବର:ଆସନ୍ତାବର୍ଷ ପୌର ନିର୍ବାଚନ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୱାର୍ଡ ପୁନର୍ଗଠନ କାର୍ଯ୍ୟ ଜାରି ରହିଥିବା ବେଳେ ସଂରକ୍ଷଣ ସୀମା ନିର୍ଦ୍ଧାରଣ ସରିଛି । କେଉଁ ବର୍ଗଙ୍କ ପାଇଁ କେଉଁ ୱାର୍ଡ ସଂରକ୍ଷିତ ହେବ ତାହା ଚୂଡାନ୍ତ ହୋଇସାରିଛି।
ଏହାବାଦ ଏଥର ଭୁବନେଶ୍ବରରେ ପଛୁଆ ବର୍ଗ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ କଳ୍ପନାଜଳ୍ପନା ଜାରି ରହିଛି । କାରଣ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପୂର୍ବରୁ 67 ଟି ୱାର୍ଡ ଥିଲା । ଏବେ ଏହାକୁ ଆହୁରି ବଢାଯାଇ 6ଟି ମୌଜାକୁ 9 ଟି ୱାର୍ଡରେ ସାମିଲ କରାଯାଇଛି । ଚଳିତ ବର୍ଷ 50 ପ୍ରତିଶତ ମଧ୍ୟରେ ସରଣକ୍ଷଣ ସୀମା ନିର୍ଦ୍ଧାରଣ କରାଯାଇଛି।