ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ମୁଁହ ଖୋଲିଲେ ଗଞ୍ଜାମ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ପ୍ରଦୀପଙ୍କ ବିରୋଧରେ ଜାଲିଆତି ଓ ବେଆଇନ ଅର୍ଥ କାରବାର ନେଇ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି (ଗୁରୁବାର) ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ପ୍ରଦୀପଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିବି ତେବେ ପ୍ରଦୀପଙ୍କ ଗିରଫଦାରୀ ପରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ତାଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିବି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା । ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀକୁ ସେ ଠିକ୍ ବୋଲି କହିଛନ୍ତି ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୋତେ 54 ଟି କେସ ଓ 3 ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ସେତେବେଳେ ମୋ ମା' କାନ୍ଦୁଥିଲା,ଏବେ କିଏ କାନ୍ଦୁଛି ଦେଖନ୍ତୁ। ସେତେବେଳେ ମୋ ଦଳ ମୋ ସହ ଥିଲା,ଏବେ ସେ ଜେଲ ଯାଇଛନ୍ତି, ହେଲେ ତାଙ୍କ ସହ ନା ତାଙ୍କ ଦଳ ଅଛି ନା ନିର୍ବାଚନ ମଣ୍ଡଳୀ ଲୋକେ ଅଛନ୍ତି ।’
ତେବେ 6 ତାରିଖରେ ଗଞ୍ଜାମ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଲମ୍ବା ଇତିହାସର ପେଡି ଖୋଲିବା ସହ ପ୍ରଦୀପଙ୍କ କାରନାମା ବିଷୟରେ କହିବି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ବିଧାୟକ ରମେଶ ଜେନା।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ