ଓଡିଶା

odisha

ETV Bharat / city

ଖରସ୍ରୋତା ଜଳ ବିବାଦ: ସମାଧାନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ - ରାଜ୍ୟ କଂଗ୍ରେସ

କେନ୍ଦ୍ରାପଡା ଖରସ୍ରୋତା ଜଳ ବିବାଦର ସମାଧାନ ଲାଗି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ କଂଗ୍ରେସ। ଅଧିକ ପଢନ୍ତୁ...

_congress  memorandum to gover on issue of kharashrota
ଖରସ୍ରୋତା ଜଳ ବିବାଦ; ସମାଧାନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

By

Published : Aug 24, 2021, 7:17 PM IST

ଭୁବନେଶ୍ବର: ଖରସ୍ରୋତା ଜଳ ବିବାଦର ସମାଧାନ ଲାଗି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ କଂଗ୍ରେସ। କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ରାଜ୍ୟପାଳଙ୍କୁ ଭେଟି ସମାଧାନ ଲାଗି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଖରସ୍ରୋତା ଜଳ ବିବାଦ; ସମାଧାନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ଜଳ ବିବାଦ ସମାଧାନ ଲାଗି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ କଂଗ୍ରେସ। ମଙ୍ଗଳବାର ଭୁବନେଶ୍ବରରେ କଂଗ୍ରେସ ଦଳର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ରାଜ୍ୟପାଳଙ୍କୁ ଭେଟି ଖରସ୍ରୋତା ଜଳ ବିବାଦ ସମାଧାନ ଲାଗି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପିଇବା ପାଇଁ ଜଳ ଆବଣ୍ଟନରେ କୌଣସି ଅଭିଯୋଗ କରୁନି କଂଗ୍ରେସ ହେଲେ ବ୍ୟାରେଜ ନିର୍ମାଣ ଯଥାର୍ଥ, ଯଦି ଏହା ନ କରାଯାଇ ଘରୋଇ କମ୍ପାନୀକୁ ଜଳ ବଣ୍ଟନ କରାଯାଏ ତାହେଲେ କଂଗ୍ରେସ ଏହାର ଦୃଢ଼ ବିରୋଧ କରିବ। ଚାଷ ଜମିକୁ ଯେମିତି ଜଳସେଚନରେ କୌଣସି ଅସୁବିଧା ନହୁଏ। ରାଜ୍ୟ ସରକାର କଣ ପାଇଁ ନିର୍ମାଣ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ବିଭିନ୍ନ ସ୍ଥାନରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ଘୋର ବିରୋଧ କରୁଛି। ଅନ୍ୟମାନଙ୍କ ମଧ୍ୟରେ ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି,ଜ୍ଞାନଦେଵ ବେଉରିଆ ଟିମରେ ସାମିଲ ହୋଇଥିଲେ।

ସୂଚନାଥାଉକି କେନ୍ଦ୍ରାପଡାର ଖରସ୍ରାେତା ନଦୀକୂଳରେ ରାଜ୍ୟ ସରକାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାକୁ ସ୍ଥାନୀୟ ବାସିନ୍ଦା ଜୋରାଦାର ବିରୋଧ କରିଛନ୍ତି, ଯାହାକୁ ନେଇ କେନ୍ଦ୍ରାପଡାରେ ଜନଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ପୋଲିସ ଛାଉଣୀରେ କାର୍ଯ୍ୟ ଚାଲିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details