ଭୁବନେଶ୍ବର: ଠକୁଛି ବଜେପି । ଶୋଇଛି ବିଜେଡି । 2 ଜୁନ 2014 ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 24 ଜଣିଆ ସାଂସଦ ପ୍ରତିନିଧି ଦଳ ଭେଟିଥିଲେ । ସେ ସମୟରେ ମୋଦି କହିଥିଲେ, ରାଜ୍ୟ ସରକାରଙ୍କ ବିକାଶରେ କେନ୍ଦ୍ର ସକାରଙ୍କ ବିକାଶ । ଉପା ସରକାରଙ୍କ ସମୟରେ ରାଜ୍ୟର ଯେତିକି ଦାବି ରହିଥିଲା ସେତିକି ଅନୁଦାନ ମିଳୁଥିଲା । ହେଲେ 2015ରେ 14 ପ୍ରତିଶତ କେନ୍ଦ୍ରୀୟ ଅନୁଦାନ କମ୍ ହେଲା । ପଞ୍ଚଦଶ ଅର୍ଥ କମିଶନ ପ୍ରଥମ ବର୍ଷ ଅର୍ଥାତ 2021-22ରେ 30 ପ୍ରତିଶତ ଅର୍ଥ କମିଛି ବୋଲି କଂଗ୍ରେସ ମିଡିଆ ସେଲ ଅଭିଯୋଗ କରିଛି ।
କଂଗ୍ରେସ ମିଡିଆ ସେଲର ସାମ୍ବାଦିକ ସମ୍ମିଳନୀ - ସାମ୍ବାଦିକ ସମ୍ମିଳନୀ
2 ଜୁନ 2014 ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 24 ଜଣିଆ ସାଂସଦ ପ୍ରତିନିଧି ଦଳ ଭେଟିଥିଲେ । ସେ ସମୟରେ ମୋଦି କହିଥିଲେ, ରାଜ୍ୟ ସରକାରଙ୍କ ବିକାଶରେ କେନ୍ଦ୍ର ସକାରଙ୍କ ବିକାଶ । ହେଲେ ବର୍ତ୍ତମାନ ତାହାର ବ୍ୟତିକ୍ରମ ଦେଖାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢନ୍ତୁ...
ଯେଉଁ ଟିକସରୁ ରାଜ୍ୟମାନେ ଭାଗ ପାଇବେ ନାହିଁ ସେହି ପାଣ୍ଠିର ଆୟ ବଢିବଢି ଯାଉଛି । ଉଦାହରଣ ହେଲା ପେଟ୍ରୋଲ ଡିଜେଲ ଦର । କେନ୍ଦ୍ର ସରକାର ସେସ ଟିକସ ବାବଦରେ ଅଧିକ ଅର୍ଥ ନେଇ ରାଜ୍ୟ ମାନଙ୍କୁ କମ୍ ଅର୍ଥ ଦେଉଛି । ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର 22 ଟଙ୍କା 50 ପଇସା ନେଉଥିବା ବେଳେ 9 ଟଙ୍କା ରାଜ୍ୟ ମାନଙ୍କୁ ଦେଉଛି । ଏ ସମସ୍ତ କଥାକୁ ରାଜ୍ୟ ସରକାର ଜାଣି ସୁଦ୍ଧା ଚୁପ ବସିଛି । ସମସ୍ତ କ୍ଷେତ୍ରରେ ଏହିଭଳି କେନ୍ଦ୍ର ସରକାର ଟିକସର ସିଂଙ୍ଘ ଭାଗ ନଉଥିବା ବେଳେ ରାଜ୍ୟ ସରକାର କିଞ୍ଚିତ ମାତ୍ରା ଦେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ ମିଡିଆ ସେଲ ଅଧକ୍ଷ ଗଣେଶ୍ୱର ବେହେରା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ