ଓଡିଶା

odisha

ETV Bharat / city

ମୁଲାୟମଙ୍କ ପରଲୋକ, ଶୋକବ୍ୟକ୍ତ କଲା ରାଜ୍ୟ କଂଗ୍ରେସ - ମୁଲାୟମ ସିଂହ ଯାଦବଙ୍କୁ ନେଇ ରାଜ୍ୟ କଂଗ୍ରେସର ଶୋକ

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ପାଇଁ ଅଗଷ୍ଟ ୨୨ରେ ମେଦାନ୍ତରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ

ମୁଲାୟମଙ୍କ ପରଲୋକ, ଶୋକବ୍ୟକ୍ତ କଲା ରାଜ୍ୟ କଂଗ୍ରେସ
ମୁଲାୟମଙ୍କ ପରଲୋକ, ଶୋକବ୍ୟକ୍ତ କଲା ରାଜ୍ୟ କଂଗ୍ରେସ

By

Published : Oct 10, 2022, 2:52 PM IST

ଭୁବନେଶ୍ବର:ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । କୁସ୍ତି ଯୋଦ୍ଧାରୁ ମୁଖ୍ୟମନ୍ତ୍ରୀ ହୋଇ ୩ ଦଶନ୍ଧୀ ଧରି ୟୁପି ରାଜନୀତିକୁ ପ୍ରଭାବିତ କରିଥିବା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ରାଜ୍ୟ କଂଗ୍ରେସ । ୟୁପିର ନେତାଜୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ସୁର ରାଉତରାୟ ।

ମୁଲାୟମଙ୍କ ପରଲୋକ, ଶୋକବ୍ୟକ୍ତ କଲା ରାଜ୍ୟ କଂଗ୍ରେସ

ଶୋକ ପ୍ରକାଶ କରି ପିସିସି ସଭାପତି କହିଛନ୍ତି, ''ମୁଲାୟମ ସିଂହ ଯାଦବ ଜଣେ ସମାଜବାଦୀ ଥିଲେ । ଲୋକସଭା ସଦସ୍ୟ ସହ କେନ୍ଦ୍ରମନ୍ତ୍ରୀ ସହ ୟୁପିର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ । ସାମାଜବାଦୀ ଚିନ୍ତାଧାରାରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । କଥାକୁ କାମରେ ପରିଣତ କରୁଥିଲେ । ଶେଷ ପର୍ଯ୍ୟନ୍ତ ଏହି ସମାଜବାଦୀ ଚିନ୍ତାଧାରାକୁ ନେଇ ଚାଲୁଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ସହ ଥରେ ଦୁଇଥର ଦେଖା ହେବାରୁ ସୁଯୋଗ ପାଇଥିଲି । ବହୁତ ନମ୍ର । ଯାହା କହୁଥିଲେ ତାକୁ କାମରେ କରି ଦେଖାଇଥିଲେ ।''

ସେହିପରି ମୁଲାୟମ ସିଂହଙ୍କ ବିୟୋଗରେ ପ୍ରତିକ୍ରିୟା ରଖି ବିଧାୟକ ସୁର ରାଉତରାୟ କହିଛନ୍ତି, ସେ ଜଣେ ଅଦ୍ବିତୀୟ ନେତା ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ସୁସଙ୍ଗଠକ, ୩ ଥର ମୁଖ୍ୟମନ୍ତ୍ରୀ ଓ ଚାଷୀଙ୍କ ପାଇଁ ଅହରହ ସଂଗ୍ରାମ କରୁଥିବା ବ୍ୟକ୍ତିତ୍ବ ଥିଲେ । ଜଣେ ଦକ୍ଷ ରାଜନେତା ଥିଲେ ମୁଲାୟମ ତାଙ୍କ ସହ ଆମର ଘନିଷ୍ଠ ସମ୍ପର୍କ ଓ ବନ୍ଧୁତା ଥିଲା । ତାଙ୍କ ବିୟୋଗରେ ଆମେ ମର୍ମାହତ । ଭାଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ।''

ଏହା ବି ପଢନ୍ତୁ...ଅଫେରା ରାଇଜରେ ମୁଲାୟମ ସିଂହ ଯାଦବ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ

ପ୍ରକାଶ ଥାଉ କି, କିିଛି ଦିନ ହେବ ଅସୁସ୍ଥତା କରାଣରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମୁଲାୟମ ସିଂହ ଯାଦବଙ୍କ ଆଜି ବିୟୋଗ ହୋଇଛି । ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ବେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ମୁଲାୟମ ସିଂହ ଯାଦବ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରାୟ ୫ ଦଶନ୍ଧୀର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ସେ ଉତ୍ତର ପ୍ରଦେଶର ଅନେକ ଉତ୍‌ଥାନ ଓ ପତ୍ତନର ସାକ୍ଷୀ ରହିଛନ୍ତି । ଏପରିକି ରାଜ୍ୟ ରାଜନୀତି ଏକ ସମୟରେ ତାଙ୍କୁ ହିଁ ବୁଝାଉଥିଲା । ତାଙ୍କର ପ୍ରଶଂସକ ଓ ସମର୍ଥକଙ୍କ ନିକଟରେ ସେ ନେତାଜୀ ଭାବେ ପରିଚିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details