ଓଡିଶା

odisha

ETV Bharat / city

ଡ୍ରାଇଭର ଆନ୍ଦୋଳନ ପଛରେ କିଏ ? ମୁହଁ ଖୋଲିଲେ ତାରା

ରାଜଧାନୀ ଭୁବନେଶ୍ବରରେ ଅସଂଖ୍ୟ ଡ୍ରାଇଭର ଆନ୍ଦୋଳନ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

ଡ୍ରାଇଭର ଆନ୍ଦୋଳନ ପଛରେ କିଏ ? ମୁହଁ ଖୋଲିଲେ ତାରା
ଡ୍ରାଇଭର ଆନ୍ଦୋଳନ ପଛରେ କିଏ ? ମୁହଁ ଖୋଲିଲେ ତାରା

By

Published : Apr 20, 2022, 9:54 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅସଂଖ୍ୟ ଡ୍ରାଇଭର ଆନ୍ଦୋଳନ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ତାରା ଅଭିଯୋଗ କରିଛନ୍ତି । ବିଜେଡି ନିର୍ଦ୍ଦେଶରେ ଏହି ବିଶାଳ ରାଲି ହୋଇଥିବା ସେ କହିଛନ୍ତି ।

ଡ୍ରାଇଭର ଆନ୍ଦୋଳନ ପଛରେ କିଏ ? ମୁହଁ ଖୋଲିଲେ ତାରା

ଏଥିସହ ସେମାନଙ୍କ ଖର୍ଚ୍ଚ ମଧ୍ୟ ବିଜେଡି ବହନ କରିଥିବା କହିଛନ୍ତି ତାରା । ବିଜେଡି ସହ ସମସ୍ତେ ଆଲୋଚନା କରି ବିକ୍ଷୋଭ ପ୍ରଦର୍ଶନ କରନ୍ତି । ଆଗରୁ ଏନେଇ ଡ୍ରାଇଭର ସଂଘ ଆଲୋଚନା କରିଥିବ । ଫଳରେ ଏତେ ସଂଖ୍ୟାରେ ଡ୍ରାଇଭର ଆନ୍ଦୋଳନ କରିଥିବା ଅଭିଯୋଗ କରିଛନ୍ତି ତାରା ।

ସୂଚନା ଅନୁଯାୟୀ, ଗତ ସୋମବାର ଭୁବନେଶ୍ବର ଲୋୟର ପିଏମଜି ଛକରେ ଡ୍ରାଇଭର ସଙ୍ଘ ଏକ ବିଶାଳ ଶୋଭାଯାତ୍ରା କରିଥିଲା । ଫଳରେ ରାଜଧାନୀ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ । ତେବେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି । ଏହା ବିଜେଡିର ପୂର୍ବ କଳ୍ପିତ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details