ଓଡିଶା

odisha

ETV Bharat / city

ଦଳର ପରାଜୟ ପାଇଁ ନିଜକୁ ଦାୟୀ କରୁଛନ୍ତି କଂଗ୍ରେସ ନେତା - congress leader

କଂଗ୍ରେସ ପରାଜୟ ପାଇଁ ନିଜକୁ ଦାୟୀ କରୁଛନ୍ତି ନେତା । ଲୋକଙ୍କୁ ଦେଇଥିବା କଥା ରଖିପାରିଲୁନି ସେଥିଲାଗି ପରାଜୟ ହେଲା ବୋଲି ପିସିସି ସଭାପତି କହୁଥିବାବେଳେ ବିରୋଧୀ ସିଟରେ ରହି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିଲା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ ।

ଫାଇଲ ଫଟୋ

By

Published : Jun 2, 2019, 9:06 AM IST

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କଲା କଂଗ୍ରେସ । ରାଜ୍ୟରେ କଂଗ୍ରେସ ଗତ ଥର ଅକ୍ତିଆର କରିଥିବା 16 ବିଧାନସଭା ଆସନରୁ ଖସି ଚଳିତ ଥର 9ରେ ପହଞ୍ଚିଲା । ମୁଖ୍ୟ ବିରୋଧୀ ଦଳର ଭୂମିକା ନିଭାଉଥିବା କଂଗ୍ରେସ ଚଳିତ ଥର ବିଜେପିକୁ ଆଗକୁ ଛାଡିଦେଲା । ତେବେ ଦଳର ଏପରି ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ ? କଣ ପାଇଁ ଦଳ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଲା ? ଏସବୁର ବର୍ତ୍ତମାନ କାରଣ ଖୋଜାଚାଲିଥିବାବେଳେ ଦଳର ନେତାମାନେ ନିଜକୁ ଦାୟୀ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲୋକଙ୍କୁ ଦେଇଥିବା କଥା ରଖିପାରିଲାନି କଂଗ୍ରେସ । ଛଅ ମାସ ଆଗରୁ ଟିକେଟ ବଣ୍ଟନ କଥା ହେଉ, କି ପରିବାର ପିଛା ଜଣଙ୍କୁ ଟିକେଟ ହେଉ, ଅଥବା ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ନ ଦେବା କଥା ହେଉ ସବୁଥିରେ ଫେଲ୍‌ ମାରିଲା ରାଜ୍ୟ କଂଗ୍ରେସ । ଯାହା ଦଳକୁ ରସାଦଳକୁ ନେବାରେ ପ୍ରମୁଖ ଭୂମିକା ନିଭାଇଲା ବୋଲି ଚର୍ଚ୍ଚା ହେଉଛି । ଯାହାକୁ ଖୋଦ୍‌ ପିସିସି ସଭାପତି ସ୍ବୀକାର କରିବା ପରେ ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଦଳର ହାରିବା ପଛରେ କଂଗ୍ରେସର ବିରୋଧୀ ଭୂମିକା ଠିକ୍‌ ଭାବେ ନ ଲିଭାଇବାକୁ ଦାୟୀ କରିଛନ୍ତି ଦଳର ନେତା । କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, ବିରୋଧୀ ସିଟରେ ରହି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିଲା ନାହିଁ । ଯେଉଁଥିପାଇଁ ଦଳ ବିପର୍ଯ୍ୟୟର ସାମ୍ନା କଲା । ଆଉ ଏଥିପାଇଁ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details