ଭୁବନେଶ୍ବର: ରାଜ୍ୟ ସରକାର କୋରୋନା ସ୍ଥିତି ନେଇ ଜାରି କରିଥିବା ଆର୍ଥିକ କଟକଣାକୁ ବିରୋଧ କରିଛି କଂଗ୍ରେସ । ପ୍ରତିବାଦ ସ୍ବରୂପ କଂଗ୍ରେସ ଭବନ ପରିସରରେ ଜୋତା ପଲିସ କରିଛନ୍ତି କର୍ମୀ ।
ନିଯୁକ୍ତି ବନ୍ଦ କରିବା କଟକଣାକୁ ସେମାନେ ବିରୋଧ କରିଛନ୍ତି । ଏବେ ବେକାରୀ ବଢିବା ସହ ଏମିତି ବି ପେଟ ପାଟଣା ପାଇଁ ବାହାରୁ ଅନେକ ଯୁବକ ଗାଁକୁ ଫେରିଛନ୍ତି । ଏବେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢିଯିବ। ସ୍ଥିତି ଅଧିକ ବିଗିଡିବ ।