ଭୁବନେଶ୍ବର: ମାସକ ମଧ୍ୟରେ ପିସିସି ପୁନର୍ଗଠନ ହେବ । ରାଜ୍ୟର 33ଟି ସାଙ୍ଗଠନିକ ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି ନିଯୁକ୍ତି ପରେ ଏମିତି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ଏହାସହ ନୂଆ ଜିଲ୍ଲା ସଭାପତିଙ୍କୁ ନେଇ ଦଳ ଉତ୍ସାହିତ ଅଛି । ଆସନ୍ତା 21 ତାରିଖରେ ନବ ନିଯୁକ୍ତ ସଭାପତିଙ୍କର ବୈଠକ କରାଯିବ । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି ।