ଓଡିଶା

odisha

ETV Bharat / city

କେନ୍ଦ୍ର କୃଷି ବିଲ୍ ଓ ବିଜେଡିର ସମର୍ଥନ ନେଇ ବର୍ଷିଲେ ନରସିଂହ - odisha assembly

ଆଜି ବିଧାନସଭା ମୌସୁମୀ ଅଧିବେଶନରେ ଚାଷୀ ସମ୍ପର୍କିତ ମୁଲତବୀ ନୋଟିସ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାସହ ବିଜେଡିର ସମର୍ଥନ ନେଇ ମଧ୍ୟ ନରସିଂହ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର କୃଷି ବିଲ୍ ଓ ବିଜେଡିର ସମର୍ଥନ ନେଇ ବର୍ଷିଲେ ନରସିଂହ
କେନ୍ଦ୍ର କୃଷି ବିଲ୍ ଓ ବିଜେଡିର ସମର୍ଥନ ନେଇ ବର୍ଷିଲେ ନରସିଂହ

By

Published : Oct 5, 2020, 1:27 PM IST

ଭୁବନେଶ୍ବର: ଚାଷୀ ସମ୍ପର୍କିତ ମୁଲତବୀ ନୋଟିସ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କୃଷି ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ। ଏହାସହ ଆଇନ ଉପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନରସିଂହ।

ସଂସଦରେ ଏଭଳି ବିଲ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିକାର ନାହିଁ। ଏହା ଆଇନ ହେବା ଦ୍ବାରା ଚାଷୀ କର୍ପୋରେଟ, ପୁଞ୍ଜିପତି ଓ ଦଲାଲମାନଙ୍କ ଦ୍ବାରା ଶୋଷଣର ଶିକାର ହେବେ। MSP ବ୍ୟବସ୍ଥା ଆଇନରେ ନାହିଁ ବୋଲି ସେ ଦର୍ଶାଇଛନ୍ତି ।

ତେଣୁ ଆଇନରେ MSP ବ୍ୟବସ୍ଥା ରହୁ । ଯେଉଁମାନେ MSP ଲାଗୁ କରିବେ ନାହିଁ, ସେମାନଙ୍କ ପାଇଁ 7 ବର୍ଷ ଜେଲ ଦଣ୍ଡ ଲାଗୁ ହେଉ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କୃଷି ଉପରେ ଦୁଇଟି ଅଧ୍ୟାଦେଶ ଆଣିଲେ କିନ୍ତୁ ବିଲ ବିଧାନସଭାକୁ ଆଣିଲେ ନାହିଁ । ବିଲକୁ ବିରୋଧ କରିବା ସ୍ବର ବିଜେଡିର କ୍ଷୀଣ ଥିଲା। ଚାଷୀଙ୍କ ପ୍ରତି ବିଜେଡିର ଆନ୍ତରିକତା ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେପଟେ କଂଗ୍ରେସ ଓ ବିଜେଡି କଥାବାର୍ତ୍ତା ହୋଇ ଆଜି ମୁଲତବୀ ନୋଟିସ ଆଣିଛନ୍ତି କହି ବିଜେପି କକ୍ଷ ତ୍ୟାଗ କରିଛି । ତେବେ ଏହାର ଜବାବରେ ବିଜେଡି ସବୁଥିରେ ବିଜେପିକୁ ସମର୍ଥନ କରୁଛି । ରାଜ୍ୟସଭା ସିଟ ଦେବା ଠାରୁ ଆରମ୍ଭ କରି ବିଭିନ୍ନ ବିଲରେ ବିଜେଡି ସମର୍ଥନ ଦେଉଛି ବୋଲି ନରସିଂହ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details