ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ କୃଷି ଆଇନକୁ ବିରୋଧ କଲେ ଦିଗବିଜୟ । କୃଷି ଆଇନ ଦ୍ୱାରା ଦେଶରେ କୃଷକ ଲାଭ ପାଇବେନି । ବିଦେଶରୁ ଖାଦ୍ୟ ଶସ୍ୟ ଆସିଲେ ଦେଶରେ ମୂଲ୍ୟ କମିଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଗହମ ବିଦେଶରୁ ଆସିଲେ ଏଠି ମୂଲ୍ୟ କମିଯିବ, ଦେଶରେ ଉତ୍ପାଦିତ ଦର କମିଯିବ, ତେଣୁ କୃଷକର ଲାଭ ହେବନି ବରଂ କ୍ଷତି ହେବ।
ଅନ୍ତର୍ଜାତୀୟ ଟ୍ରେଡ଼ ଚାପର ବଶବର୍ତ୍ତୀ ହୋଇ ପ୍ରଧାନମନ୍ତ୍ରୀ ଏଭଳି କାମ କରୁଛନ୍ତି । ଗୁରୁବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସମ୍ବାଦିକ ସମ୍ମିଳନୀରେ କୃଷି ଆଇନ ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ ବିଜୟ ସିଂହ। ବିଜେପି ଏପଟେ ଗୃହରେ ବିଜେପି କୁ ବିରୋଧ କରୁଛି ଆଉ ଅନ୍ୟପଟେ ସମର୍ଥନ କରୁଛି ।