ଓଡିଶା

odisha

ETV Bharat / city

ବାଳାଶ୍ରମରୁ ନାବାଳିକା ନିଖୋଜ ଘଟଣା; ଶିଶୁ ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ସୋମବାର 13 ଜଣ ନାବାଳିକା ନିଖୋଜ ଘଟଣାରେ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ଆୟୋଗ କଂଗ୍ରେସକୁ କଣ ପ୍ରତିଶୃତି ଦେଲେ ପଢନ୍ତୁ ...

PHOTO
Congress

By

Published : Jan 7, 2020, 9:24 PM IST

ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ସୋମବାର 13 ଜଣ ନାବାଳିକା ନିଖୋଜ ଅଛନ୍ତି। ଏହା ସହ ବିଗତ 1 ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବାଳାଶ୍ରମ ଗୁଡିକରୁ ପାଖାପାଖି 38 ଜଣ ନାବାଳିକା ନିଖୋଜ ହେବା ଘଟଣା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ତେଣୁ ଏନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଶିଶୁ ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ


କେଉଁ କାରଣ ପାଇଁ ରାଜ୍ୟର ବିଭିନ୍ନ ବାଳାଶ୍ରମ ମାନଙ୍କରୁ ଶିଶୁମାନେ ପଳାୟନ କରୁଛନ୍ତି। ସେମାନେ କୁଆଡେ ଯାଉଛନ୍ତି ? ତାଙ୍କର ସବିଶେଷ ତଥ୍ୟ ସରକାରଙ୍କ ନିକଟରେ ଅଛି ନା ନାହିଁ? ସରକାର ଏହାର କାରଣ ଖୋଜି ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ଏହାର ତୁରନ୍ତ ତଦନ୍ତ କରିବାକୁ ଦାବି କରିଛି ।

କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ ଶିଶୁ ସୁରକ୍ଷା ଆୟୋଗ ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଥିବା କଂଗ୍ରେସ ନେତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details