ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ପାଇଁ ଦୀର୍ଘ ମିଆଦୀ ଯୋଜନା କରିବାକୁ ଦାବି କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବର୍ତ୍ତମାନ ଅନ୍ୟ ରାଜ୍ୟରୁ ପ୍ରାୟ ସାଢେ ଚାରିଲକ୍ଷ ଲୋକ ଫେରିବେ । ଫେରିବା ପରେ ସେମାନେ ବଂଚିବେ କେମିତି ସେ ବ୍ୟବସ୍ଥା ସରକାର କରନ୍ତୁ ।
ପ୍ରତ୍ୟେକ ଶ୍ରମିକଙ୍କୁ 5 ହଜାର ଟଙ୍କା ଦେବାକୁ ଆମେ ଦାବି କରିଥିଲୁ । ସେ ଉପରେ ସରକାର ବିଚାର କରନ୍ତୁ । ଯେଉଁ ରାଜ୍ୟରୁ ଶ୍ରମିକ ଫେରିବେ ସେଠାରେ କୋରୋନା ସ୍ଥିତି ସଙ୍ଗୀନ ଅଛି ବୋଲି କହିଛନ୍ତି ନିରଞ୍ଜନ ।