ଓଡିଶା

odisha

ETV Bharat / city

ପୁଣି ରାଜ୍ୟର କେନ୍ଦ୍ର ଅବହେଳା ଅଭିଯୋଗ, ସୁର କହିଲେ ଭୋଟ ଆସିଲାରୁ ମନେପଡ଼ିଲା - ମନ୍ତ୍ରୀ ପ୍ରତାପ ଜେନା

ସବୁ ଭୋଟ ରାଜନୀତି, ମନ୍ତ୍ରୀଙ୍କର ଆଗରୁ କାହିଁକି ମନେ ପଡ଼ିଲା ନାହିଁ ଓ ନିର୍ବାଚନ ସମୟରେ ଗରିବ ହିତାଧିକାରୀଙ୍କ କଥା ମନେ ପଡ଼ିଲା କି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

congress criticizes Odisha Panchayat Minister Pratap Jena after he accused Centre of neglecting  State over PMAY scheme
ପୁଣି ରାଜ୍ୟର କେନ୍ଦ୍ର ଅବହେଳା ଅଭିଯୋଗ, ସୁର କହିଲେ ଭୋଟ ଆସିଲାରୁ ମନେପଡ଼ିଲା

By

Published : Jan 31, 2022, 9:22 PM IST

ଭୁବନେଶ୍ବର:ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖିବା ପରେ ତେଜିଲା ରାଜନୀତି । ରାଜ୍ୟରେ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(Pradhan Mantri Awaas Yojana) ଘର ପାଇନାହାନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ପୋର୍ଟାଲ ବନ୍ଦ ଥିବାରୁ ପଞ୍ଜୀକରଣ କରି ପାରୁ ନାହାନ୍ତି ହିତାଧିକାରୀ ।

ପୁଣି ରାଜ୍ୟର କେନ୍ଦ୍ର ଅବହେଳା ଅଭିଯୋଗ, ସୁର କହିଲେ ଭୋଟ ଆସିଲାରୁ ମନେପଡ଼ିଲା

ଏହାମଧ୍ୟ ପଢନ୍ତୁ: ଗ୍ରାମୀଣ ଆବାସ ଯୋଜନା: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ ଆଣିଲା BJD

ଫନି ପ୍ରଭାବିତଙ୍କୁ ଏଯାଏଁ ସହାୟତା ରାଶି ମିଳିନଥିବା ଦର୍ଶାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ତେବେ ଏହାକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ତେରଚ୍ଛା ବାଣ ମାରିଥିବାବେଳେ କଂଗ୍ରେସ ପ୍ରତାପଙ୍କୁ ତାଚ୍ଛଲ୍ୟ କରିଛି ।

ପ୍ରତାପ ଏପର୍ଯ୍ୟନ୍ତ କ'ଣ କରୁଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଶ୍ନ କରିଛନ୍ତି । ସବୁ ଭୋଟ ରାଜନୀତି, ମନ୍ତ୍ରୀଙ୍କର ଆଗରୁ କାହିଁକି ମନେ ପଡ଼ିଲା ନାହିଁ ଓ ନିର୍ବାଚନ ସମୟରେ ଗରିବ ହିତାଧିକାରୀଙ୍କ କଥା ମନେ ପଡ଼ିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁର । କେନ୍ଦ୍ର ସରକାର ଅର୍ଥ ଦେବାରେ ରାଜ୍ୟକୁ ବହୁ ବିଳମ୍ବ କରୁଥିବା ମଧ୍ୟ ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details