ଓଡିଶା

odisha

ETV Bharat / city

'ବିଜେଡିକୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର' - ବିଜେଡିକୁ କଂଗ୍ରେସର ସମାଲୋଚନା

ସଂରକ୍ଷଣ ବ୍ୟବସ୍ଥା ନେଇ ଶାସକ ଦଳ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ ସରକାର ଦଳକୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ଶାସକ ଦଳର ନେତାମନ୍ତ୍ରୀଙ୍କ ରାଜ୍ ଚାଲିଛି ବୋଲି ସମାଲୋଚନା କଲା ଦଳ । ଅଧିକ ପଢନ୍ତୁ...

'ଦଳକୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର'
'ଦଳକୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର'

By

Published : Nov 5, 2021, 1:27 PM IST

Updated : Nov 5, 2021, 2:17 PM IST

ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାତିଲା କଂଗ୍ରେସ । ରାଜ୍ୟ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ଶାସକ ଦଳକୁ ସୁହାଇଲା ଭଳି ହୋଇଛି । ଅନେକ ପଞ୍ଚାୟତରେ ଓବିସି ବର୍ଗ ପାଇଁ ବ୍ୟବସ୍ଥା ନାହିଁ । ଏସସି/ଏସଟିଙ୍କ ପାଇଁ ମଧ୍ୟ ଟାଳଟୁଳା ନୀତି ଅବଲମ୍ବନ କରିଛନ୍ତି ସରକାର । ଆଜି(ଶୁକ୍ରବାର) କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ ।

'ଦଳକୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର'

କଂଗ୍ରେସ ମୁଖାପାତ୍ର ସୁଦର୍ଶନ ଦାଶ କହିଛନ୍ତି, ବିଜେଡି ସରକାର ପଞ୍ଚାୟତରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି । ଚାରିଆଡେ ବାବୁରାଜ୍ ଚାଲିଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କ ସବୁ ନିଷ୍ପତ୍ତି ନେବାର କ୍ଷମତା ଥିଲେ ସୁଦ୍ଧା ନବୀନ ସରକାର ତାଙ୍କ ହାତରୁ କ୍ଷମତା କାଢି ନେଇଛନ୍ତି । ବିଡ଼ିଓଙ୍କ ବିନା ଅନୁମତିରେ ସେମାନେ କିଛି ପାରୁନାହାନ୍ତି ।

ମୁଖ୍ୟମନ୍ତ୍ରୀ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୋଜଣା ପରେ ଯୋଜନା କରୁଥିବା କହୁଛନ୍ତି । ହେଲେ ବିଜେଡିର ନେତା, ମନ୍ତ୍ରୀ ଏବଂ ବିଧାୟକ ସରପଞ୍ଚମାନଙ୍କୁ କାଠ କଣ୍ଢେଇ କରି ଟଙ୍କା ହରିଲୁଟ କରୁଛନ୍ତି । ବିଜେଡି ରାଜ୍ୟରେ ଦୁର୍ନୀତିମୁକ୍ତ ସରକାର କଥା କହୁଥିବାବେଳେ ଏଠାରେ ତାଳୁରୁ ତଳିପା ସବୁଠି ଦୁର୍ନୀତି ଚରମ ସୀମାରେ ରହିଛି । ବିଗତ 10 ବର୍ଷ ହେବ ଗ୍ରାମସଭା ବସୁନାହିଁ । ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଲଟିଛି । ଜଳେଶ୍ବର ବ୍ଲକର କଳମା ପଞ୍ଚାୟତରେ 35 ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରି ଶାସକ ଦଳ ଉପରେ ଏଭଳି ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ।

ଆଗାମୀ ଦିନରେ କଂଗ୍ରେସ ଇସ୍ତାହାର ପ୍ରସ୍ତୁତ କରିବ ଏବଂ ପ୍ରତି ପଞ୍ଚାୟତରେ ଜନଶୁଣାଣି କରିବ । ଏପରିକି ପଞ୍ଚାୟତ ସ୍ତରରେ ସବୁ ସରକାରୀ ଦଳ ନେତାଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିବୁ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 5, 2021, 2:17 PM IST

ABOUT THE AUTHOR

...view details