ଓଡିଶା

odisha

ETV Bharat / city

Justice For Mamita: ମୁଖ୍ୟମନ୍ତ୍ରୀଙ୍କ କାନରେ ବାଜୁନି ମମିତା ପ୍ରସଙ୍ଗ, ବାଧକ ସାଜୁଛନ୍ତି ବବି-ପାଣ୍ଡିଆନ କହିଲା କଂଗ୍ରେସ

ସନ୍‌ସାଇନ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ଚାପି ଦେବାକୁ ଚାହୁଛନ୍ତି ସରକାର । ଏଥିପାଇଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡ଼ାଉଛି ବିଜୁ ଜନତା ଦଳ । ଅଧିକ ପଢ଼ନ୍ତୁ

Justice For Mamita: କଂଗ୍ରେସର ଅଭିଯୋଗ, ମମିତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଉ ନାହାନ୍ତି ବବି ପାଣ୍ଡିଆନ
Justice For Mamita: କଂଗ୍ରେସର ଅଭିଯୋଗ, ମମିତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଉ ନାହାନ୍ତି ବବି ପାଣ୍ଡିଆନ

By

Published : Nov 24, 2021, 10:53 PM IST

ଭୁବନେଶ୍ବର:କଳାହାଣ୍ଡିସନ୍‌ସାଇନ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) ଘଟଣାକୁ ଚାପି ଦେବାକୁ ଚାହୁଁଛନ୍ତି ସରକାର । ଏଥିପାଇଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡ଼ାଉଛି ବିଜୁ ଜନତା ଦଳ । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ତାଙ୍କର ସ୍ବଚ୍ଛତା ଦେଖାଉଛନ୍ତି । ମମିତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନରେ ବାଜୁନାହିଁ । କାରଣ ଏଥିପାଇଁ ବାଧକ ସାଜିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସ ଓ 5T ସଚିବ ଭିକେ ପାଣ୍ଡିଆନ । ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ ।

Justice For Mamita: କଂଗ୍ରେସର ଅଭିଯୋଗ, ମମିତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଉ ନାହାନ୍ତି ବବି ପାଣ୍ଡିଆନ

ମମିତା ମେହେର ହତ୍ୟାକାଣ୍ଡ ଓ ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପାଖରେ ଖବର ପହଞ୍ଚାଉ ନାହାନ୍ତି ବବି ଦାସ ଓ ଭିକେ ପାଣ୍ଡିଆନ । କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଉପରେ ବର୍ଷିଛନ୍ତି ।

ଏହା ବି ପଢ଼ନ୍ତୁ:Congress Targets BJD: ବିଜେଡିର ଆନ୍ଦୋଳନ ଲୋକ ଦେଖାଣିଆ କହିଲେ ନିରଞ୍ଜନ

କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି ଯେ, "ଏଣିକି ବିଜେଡି ବବି ଜନତା ଦଳ ହୋଇଛି । ରାଜ୍ୟରେ ନାରି ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ପ୍ରତିଦିନ ଏଠାରେ ମହିଳା‌ ନିର୍ଯାତନାର ଶିକାର ହେଉଛନ୍ତି। ନବୀନ ବାବୁ ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନଚେତ ବିଧାନସଭା ଅଧିବେସନରେ‌ଏହାକୁ ପ୍ରସଙ୍ଗ କରାଯିବ ।"


ଏହି ସମସ୍ତ ପ୍ରସଙ୍ଗ ନେଇ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଦଳ ବିରୋଧ ଜାରି ରଖିବ । ଯେଉଁଭଳି ଭାବେ ପୁରୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ ହେଲା ସେହିଭଳି ସମସ୍ତ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି କଡ଼ା ଚେତାବନି ଦେଇଛି କଂଗ୍ରେସ ।

ବିଜେପି ଓ ବିଜେଡି ମିଳିମିଶି ପ୍ରସଙ୍ଗ ଚାପିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ଯେଭଳି ଭାବେ ବିଜେଡି ଦରବୃଦ୍ଧି ପ୍ରସଙ୍ଗ ଉଠାଉଛନ୍ତି, ସେହିଭଳି ବିଜେପି ଲୋକଦେଖାଣିଆ ଭାବେ ମମିତା ପ୍ରସଙ୍ଗ ଉଠାଉଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ବୋଲି ଏସବୁ ପ୍ରସଙ୍ଗ ଉଠୁଛି । ଯଦି ଓଡ଼ିଶାର ସମସ୍ୟା ପ୍ରସଙ୍ଗ ଉଠାଉଛନ୍ତି କେବଳ କଂଗ୍ରେସ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିିଭି ଭାରତ

ABOUT THE AUTHOR

...view details