ଓଡିଶା

odisha

ETV Bharat / city

ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ବର୍ଷିଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

congress allegation
ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ

By

Published : Nov 27, 2019, 4:45 PM IST

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ । ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ଼ଶୋ’ ପାଇଁ ହାଇଦ୍ରାବାଦ ଯାଇଥିଲେ । ଏପରିକି ତାଙ୍କ ସହ ଦୁଇ ମହିଳାଙ୍କୁ ସାଙ୍ଗରେ ନେଇଥିବା ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।

ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ

କଂଗ୍ରେସ ଅଭିଯୋଗ ଅନୁଯାୟୀ, ସରକାରୀ ଅର୍ଥରେ ୨ ମହିଳାଙ୍କ ବିମାନ ଯାତାୟାତ ଖର୍ଚ୍ଚ ଓ ଏକ ଘରୋଇ ପଞ୍ଚତାରକା ହୋଟେଲରେ ରହିବା ବାବଦକୁ ଖର୍ଚ୍ଚ କରିଛନ୍ତି । ଏନେଇ କଂଗ୍ରେସ ପ୍ରଶ୍ନ କରିଛି ମହିଳାଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କଣ ? ଆଉ ମନ୍ତ୍ରୀଙ୍କ ଦୁଇ ବାନ୍ଧବୀ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ କଣ ଅଭିଜ୍ଞତା ଓ ଅବଦାନ ଅଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସରକାରୀ କାର୍ଯ୍ୟରେ ଯାଇ ମନ୍ତ୍ରୀ କିଭଳି ବାହାର ଲୋକଙ୍କୁ ନେଇ ସରକାରୀ ଅର୍ଥ ଖର୍ଚ୍ଚ କଲେ । ଏହି ଅର୍ଥ ଓଟିଡିସି ନିଜେ ଦେଇଛି କି ଆଉ କିଏ ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ସ୍ପଷ୍ଟୀକରଣ ଓଟିଡିସି ରଖୁ ବୋଲି ବୁଧବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

ସରକାର ଅର୍ଥକୁ ଅଯଥା ଖର୍ଚ୍ଚ ନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କେମିତି ସରକାରୀ ଅର୍ଥ ଖର୍ଚ୍ଚ କଲେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ଅଛି କି, ନିଜେ ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details