ଓଡିଶା

odisha

ETV Bharat / city

ଦଳିତ ବିରୋଧୀ ବିଜେପି ସରକାର: କଂଗ୍ରେସ

କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀ ଏସି ଏସଟି ସଂରକ୍ଷଣ ନେଇ ପ୍ରେସମିଟ କରି କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି, ସାମାଜିକ ଆର୍ଥିକ ଓ ରାଜନୈତିକ ନ୍ୟାୟ ସବୁ ବର୍ଗଙ୍କୁ ଦେବାକୁ ସମ୍ବିଧାନରେ ଉଲେଖ ରହିଛି। କିନ୍ତୁ ବିଜେପି ସରକାର ଏସବୁ ଛଡ଼ାଇ ନେଉଛି ବୋଲି ସେ କହିଛନ୍ତି । ଆଗକୁ ପଢନ୍ତୁ...

cong-pc-on-obc-reservation
cong-pc-on-obc-reservation

By

Published : Feb 17, 2020, 3:15 PM IST

ଭୁବନେଶ୍ବର: ବିଜେପି ସରକାର ପୁଣିଥରେ ଏସସି, ଏସଟି ଓ ଓବିସି ମାନଙ୍କ ପାଇଁ ଥିବା ସରକାରୀ ସଂରକ୍ଷଣ ଛଡାଇ ନେଇଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀ ଏସସି, ଏସଟି ସଂରକ୍ଷଣ ନେଇ ପ୍ରେସମିଟ କରି କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି, ସାମାଜିକ ଆର୍ଥିକ ଓ ରାଜନୈତିକ ନ୍ୟାୟ ସବୁ ବର୍ଗଙ୍କୁ ଦେବାକୁ ସମ୍ବିଧାନରେ ଉଲେଖ ରହିଛି। ସଂରକ୍ଷଣ ଉପରେ ଆକ୍ରମଣ କରିବାକୁ ବିଜେପି ସରକାର ଉଦ୍ୟମ କରିଛନ୍ତି। ଉତ୍ତରଖଣ୍ଡ ସରକାରଙ୍କ ଏହାର ଉଦାହରଣ ବୋଲି ସେ କହିଛନ୍ତି।

ଏସସି, ଏସଟି ଓ ଓବିସିଙ୍କ ସାମ୍ବିଧାନିକ ସଂରକ୍ଷଣ ବିରୁଦ୍ଧରେ ବିଜେପି: କଂଗ୍ରେସ

ସମ୍ବିଧାନ ଉପରେ ଆରଏସଏସ ଇଙ୍ଗିତରେ ବିଜେପି ଆକ୍ରମଣ କରୁଛି। ସମାଜର ଶୋଷିତ ବର୍ଗଙ୍କୁ ଆଗକୁ ଆଣିବାକୁ ବିଜେପି ଚାହୁନାହିଁ। ଏସସି, ଏସଟି ବଜେଟ ମଧ୍ୟ କମାଯାଉଛି। ଏଥର ମନରେଗା ବଜେଟ କଟାଯାଇଛି। ସରକାରୀ ଚାକିରୀରେ ଏସସି, ଏସଟି ଓ ଓବସିଙ୍କ ମୌଳିକ ଓ ସାମ୍ବିଧାନିକ ସଂରକ୍ଷଣ ବିରୁଦ୍ଧରେ ବିଜେପିର ଆକ୍ରମଣ। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସଂରକ୍ଷଣକୁ ନେଇ ଏକ ବଡ଼ ଆନ୍ଦୋଳନ ପ୍ରସ୍ତୁତ କରୁଛି। ଆଜି ଦେଶରେ ବେରୋଜଗରୀ ବଢିଛି, ଆର୍ଥିକ ମାନ୍ଦାବସ୍ଥା ଲାଗିଛି କଂଗ୍ରେସ ଏସବୁ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ। ସମ୍ବିଧାନ ରକ୍ଷା କରିବାକୁ କଂଗ୍ରେସ ଲଢ଼ିବେ ବୋଲି ତ୍ୟାଗୀ କହିଛନ୍ତି ।

ଆରୋପ ଲଗାଇ ସେ କହିଛନ୍ତି, ବିଜେପିର ଡିଏନଏ ଆଣ୍ଟି ଦଳିତ। ଏବେ ଉତ୍ତରାଖଣ୍ଡ ସରକାର ସୁପ୍ରିମ କୋର୍ଟରେ ଦାଖଲ କରି ଦର୍ଶାଇଲେ ଏସସି , ଏସଟିଙ୍କୁ ସରକାରୀ ଚାକିରୀରେ ସଂରକ୍ଷଣ ଦେବା ସାମ୍ବିଧାନିକ ନୁହେଁ। ଏହି ଆଧାରରେ ସୁପ୍ରିମକୋର୍ଟ ଦଳିତ ଆଦିବାସୀ ଓ ପଛୁଆ ବର୍ଗକୁ ସରକାରୀ ଚାକିରୀ ପଦୋନ୍ନତିରେ ସଂରକ୍ଷଣ ଦେବାକୁ ମନା କଲେ ଏହା ରାଜ୍ୟ ସରକାର ଉପରେ ନିର୍ଭର କରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏବେ ଓଡ଼ିଶାରେ ପରି ରାଜ୍ୟରେ ସୁପ୍ରିମକୋର୍ଟ ନିର୍ଦେଶ ପରେ ଏସସି ଏସଟି ସଂରକ୍ଷଣ ନେଇ ସନ୍ଦେହ ଉପୁଜିଛି। ଏହା ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସଂରକ୍ଷଣ ନେଇ ବିଜେଡି ନିଜର ମତାମତ ସ୍ପଟ କରୁ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details