ଓଡିଶା

odisha

ETV Bharat / city

ଘରୋଇ ହସ୍ପିଟାଲ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ: କାନ୍ଦି କାନ୍ଦି ସହଯୋଗ ମାଗିଲେ ପରିବାର

ମୋ ବାପା 3 ଦିନ ହେଲା ମଲେଣି । ଚିକିତ୍ସାରେ ଅବହେଳା କରିବା ଯୋଗୁଁ ମୋ ବାପା ମରିଗଲେ ବୋଲି କାନ୍ଦିକାନ୍ଦି କହିଛନ୍ତି ଅର୍ପିତା ମହାକୁଡ। ଏହି ଅଭିଯୋଗ ଆସିଛି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବିରୁଦ୍ଧରେ । ଅଧିକ ପଢନ୍ତୁ...

ଘରୋଇ ହସ୍ପିଟାଲ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ: କାନ୍ଦି କାନ୍ଦି ସହଯୋଗ ମାଗିଲେ ପରିବାର
ଘରୋଇ ହସ୍ପିଟାଲ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ: କାନ୍ଦି କାନ୍ଦି ସହଯୋଗ ମାଗିଲେ ପରିବାର

By

Published : Sep 13, 2021, 10:52 PM IST

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରେ ଥିବା ଅର୍ପିତା ମହାକୁଡଙ୍କ ପିତା ସଞ୍ଜିବ ମହାକୁଡଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ, ସଞ୍ଜିବଙ୍କ ମୃତ୍ୟୁ 3 ଦିନ ହେବ ହେଲାଣି କିନ୍ତୁ, ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ସଞ୍ଜିବଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ସେହିଦିନ ଠାରୁ ଚିକିତ୍ସାରେ ଅବହେଳା କରାଯାଉଥିଲା। ପ୍ରଥମେ ଆଖିରେ ପଟି ପକାଇ ବନ୍ଦ କରି ଦିଆଗଲା। ତା’ ପରେ ଆଖି ବନ୍ଦ ହେଉନି ବୋଲି ମିଛ କହି ସମ୍ପର୍କୀୟଙ୍କୁ ମନଗଢା କାହାଣୀ ଶୁଣାଉଛନ୍ତି ହସ୍ପିଟାଲର କର୍ତ୍ତୃପକ୍ଷ ।

ଘରୋଇ ହସ୍ପିଟାଲ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ: କାନ୍ଦି କାନ୍ଦି ସହଯୋଗ ମାଗିଲେ ପରିବାର

ପରବର୍ତ୍ତୀ ସମୟରେ ଆଖିରେ କୌଣସି ଜେଲ୍ ପକାଇ ଏହାକୁ ସୁସ୍ଥ କରିବାକୁ ପଟି ପକାଯାଇଛି ବୋଲି କହୁଛନ୍ତି। ଶେଷରେ ଆଜି ସଞ୍ଜିବଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ। ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ଚିକିତ୍ସା ସମୟରେ ରୋଗୀଙ୍କ ପାଖକୁ ଯିବା ପାଇଁ ଦେଉନଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଯାହା ହସ୍ପିଟାଲ ଭିତରେ ମୃତ୍ୟୁକୁ ନେଇ ମା’ ଝିଅ ଦୁଇଜଣ କାନ୍ଦିକାନ୍ଦି ସାହାଯ୍ୟ ଭିକ୍ଷା ମାଗୁଛନ୍ତି । ଝିଅ ଅର୍ପିତା ମହାକୁଡ଼ ନିଜେ ସୋସିଆଲ ମିଡିଆ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଘରୋଇ ହସ୍ପିଟାଲ କତ୍ତୃପକ୍ଷଙ୍କ କୌଣସି ମତାମତ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଏହି ଘରୋଇ ହସ୍ପିଟାଲ ନାମରେ ଚିକିତ୍ସା ଅବହେଳାରୁ ମୃତ୍ୟୁକୁ ନେଇ ଅନେକ ଅଭିଯୋଗ ଆସିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details