ଓଡିଶା

odisha

ETV Bharat / city

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗଗୁଡିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ଏହା ସେପ୍ଟମ୍ବର ୩ ତାରିଖରେ ଶେଷ ହେବ । ଅଧିକ ପଢନ୍ତୁ...

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

By

Published : Aug 23, 2021, 8:22 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା । ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗଗୁଡିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ଏହା ସେପ୍ଟମ୍ବର ୩ ତାରିଖରେ ଶେଷ ହେବ ।

କୋରୋନା କଟକଣା ସହିତ ପିଲାମାନେ ପରୀକ୍ଷା ଦେବେ । ଏଥିପାଇଁ ୬୩ ହଜାର ୩୧୩ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ସାମସ ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ସରିବ । ଦ୍ବିତୀୟ ସିଟିଂ ୧୨ଟା ୩୦ରୁ ୨ଟା ଓ ତୃତୀୟ ସିଟିଂ ୩ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ସରିବ ।

ବିଭାଗ ଅନୁଯାୟୀ ଅକ୍ଟୋବର ୧୨ ତାରିଖରେ ରାଜ୍ୟସ୍ତରୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ କଲେଜ ଚୟନ କରିପାରିବେ । ୨୨ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ ଆଲଟମେଣ୍ଟ ପ୍ରକାଶ ପାଇବ । ୨୫ ତାରିଖରେ ଅଫଲାଇନରେ ଫି ଦାଖଲ କରିବେ । ନଭେମ୍ବର ୧୨ ତାରିଖ ସୁ୍ଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ସାମସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details