ଓଡିଶା

odisha

ETV Bharat / city

ଲୁଟେରାଙ୍କ ପ୍ଲାନ ଆଗରେ ପୋଲିସ ଫେଲ୍, ଲୁଟ ଘଟଣାରେ ତଦନ୍ତ ଜାରି

ପୋଲିସର ଉପସ୍ଥିତି ସହ ଜନଗହଳି ପୂର୍ଣ୍ଣ ସ୍ଥାନ ରହିଥିବାବେଳେ ଚତୁରତାର ସହ ଦୁଇ ଜଣ ଲୁଟେରା ଏକ ବାଇକ୍ ଯୋଗେ ଲୁଟ୍ କରିଛନ୍ତି । ଏ ନେଇ ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।

By

Published : Jun 1, 2019, 12:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜଧାନୀରେ ଖୁଲମ୍ ଖୁଲା ଲୁଟ । ଦିନ ଦ୍ବି ପ୍ରହରରେ ଲୁଟ କରୁଛନ୍ତି ଲୁଟେରା । ଜନଗହଳି ପୂର୍ଣ୍ଣ ରାଜମହଲ ଛକ ନିକଟରେ ଲୁଟ କରିବାକୁ ପଛାଉ ନାହାଁନ୍ତି ଲୁଟେରା । ପୋଲିସର ଉପସ୍ଥିତି ସହ ଜନଗହଳି ପୂର୍ଣ୍ଣ ସ୍ଥାନ ରହିଥିବାବେଳେ ଚତୁରତାର ସହ ଦୁଇ ଜଣ ଲୁଟେରା ଏକ ବାଇକ୍ ଯୋଗେ ଲୁଟ୍ କରିଛନ୍ତି । ଏ ନେଇ ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।

ଏପରି ଅଭିନବ ଉପାୟରେ ଲୁଟ ପଛରେ ଏକ ଗ୍ୟାଙ୍ଗର ହାତ ରହିଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ । କାରରୁ ମୋବିଲ୍ ପଡୁଥିବା କହି ରାଜଧାନୀର ରାଜମହଲ ଛକରୁ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ବ୍ୟବସାୟୀ ଦାମୋଦର ମହାପାତ୍ର ଓ ତାଙ୍କ ୨ ସହଯୋଗୀ ରାୟଗଡ଼ାରୁ ପୁରୁଣା ଗାଡି କିଣିବା ପାଇଁ ଭୁବନେଶ୍ବର ଆସିଥିଲେ । ରାଜମହଲ ଛକ ନିକଟରେ ଦାମୋଦର ଔଷଧ କିଣିବାକୁ ଯାଇଥିବାବେଳେ ଗାଡିରୁ ମୋବିଲ ବାହାରୁ ଥିବା କହିଥିଲେ ରାସ୍ତାରେ ଯାଉଥିବା ଜଣେ ଯୁବକ । ଯୁବକଙ୍କ କଥା ଶୁଣି ଗାଡିରେ ବସିଥିବା ୨ ଯୁବକ ବାହାରକୁ ଆସିଥିବାବେଳେ କାରରୁ ୩ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।

ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଏହା ଏକ ସ୍ଥାନୀୟ କି ବାହାର ଜିଲ୍ଲା ଲୁଟେରା ସେ ନେଇ ତଦନ୍ତ କରୁଛି ପୋଲିସ ।

ଭୁବନେଶ୍ବରର ଏମିତି କେଉଁ ସ୍ଥାନ ମାନଙ୍କରେ ଏପରି ଘଟିଛି, ସେ ନେଇ ମଧ୍ୟ ତଦନ୍ତ କରାଯାଉଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଲୁଟେରାଙ୍କର ଏକ ଗ୍ୟାଙ୍ଗ ରହିଛି । ଯାହାକି ପୁରା ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details