ଭୁବନେଶ୍ବର: କମିଶନରେଟ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା । ଶାଢ଼ୀ ବିକ୍ରି କରିବା ନାଁରେ ଆସି ଲୁଟୁତରାଜ କରୁଛନ୍ତି ତାମିଲନାଡ଼ୁ ଚୋର । ଲାପ୍ଟପ୍, ମୋବାଇଲ ଟ୍ୟାବ୍ କରୁଛନ୍ତି ଏହି ଆନ୍ତଃରାଜ୍ୟ ଲୁଟେରା । ମୁଖ୍ୟତଃ ସକାଳ ସମୟରେ ବା ମର୍ଣ୍ଣିଂ ୱାକ୍ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ତାମିଲନାଡୁ଼ ଚୋର । ତେବେ ଆଜି ପୋଲିସ ଏହି ଗ୍ୟାଙ୍ଗ୍କୁ କାବୁ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଏହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ରାଜଧାନୀରେ ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ରହିଥିବାବେଳେ ଏମାନଙ୍କ ମଧ୍ୟରୁ କେବଳ ୫ ଜଣଙ୍କୁ ଗିରଫ କରିଛି ପୋଲିସ । STF(ସ୍ପେଶାଲ ଟାସ୍କ ଫୋର୍ସ) ଓ ଶହୀଦ ନଗର ଥାନା ପୋଲିସ ମିଳିତ ସହଯୋଗରେ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୪୦ଟି ଫୋନ୍ ୩ଟି ଲାପ୍ଟପ୍ ଓ ଗୋଟିଏ ଟ୍ଯାବ ଜବତ କରିଛି ପୋଲିସ । ଏମାନେ ରାଜଧାନୀରେ ପରିବାର ସହ ରହି ଶାଢ଼ି ବ୍ୟବସାୟ କରୁଥିବା କଥା କୁହନ୍ତି । ହେଲେ ଚୋରି ବେଳେ ଧରାପଡିଲେ କାର୍ଡ ଦେଖେଇ ମୁକ ବଧିର ବୋଲି ପରିଚୟ ଦେଇଥାଆନ୍ତି । ଆଉ ସାହାଯ୍ୟ ମାଗିଥାନ୍ତି ।