ଭୁବନେଶ୍ବର: ରାତି ଯେତେ ବଢୁଥିଲା, ନାଚଗୀତରେ ସେତେ କମ୍ପୁଥିଲା ବାର । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ଗୀତର ତାଳେ ତାଳେ ଠୁମକା ଲଗାଇ ମସଗୁଲ ଥିଲେ ଗ୍ରାହକ, ଯିଏ ଯେମିତି ପାରିଲା ସିଏ ସେମିତି ଢଙ୍ଗରେ ନାଚୁଥିଲା, କିନ୍ତୁ ଏସବୁ ମଜାକୁ ସଜାରେ ପରିଣତ କଲା ପୋଲିସ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ବାରରେ ଚଢାଉ ପରେ ଛତ୍ର ଭଙ୍ଗ ଦେଲେ ଗ୍ରାହକ । ଯିଏ ଯୁଆଡେ ପାରିଲା ସିଏ ସିଆଡେ ମୁହଁ ଲୁଚାଇ ଦୌଡିଲା । ପ୍ରାୟ ୧୦୦ ଗ୍ରାହକଙ୍କୁ ନେଇ ବିଳମ୍ବିତ ରାତିରେ ଇନଫୋସିଟି ଥାନା ଟପନଚ ବାର(Tapnotch Bar) ଖୋଲା ଥିବା ବେଳେ ରେଡ କରିଥିଲା କମିଶନରେଟ ପୋଲିସ (commissionerate Police)। ନାଚ ଗୀତରେ ଯୁବକ ଯୁବତୀ ମସଗୁଲ ଥିବା ବେଳେ ପୋଲିସ ସାଉଣ୍ଡ ବନ୍ଦ କରିବା ସହ ବାର କର୍ତ୍ତୃପକ୍ଷଙ୍କୁ ତାଗିତ କରିଥିଲା।
ଏହା ମଧ୍ୟ ପଢନ୍ତୁ-ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ବିଳମ୍ବିତ ରାତିରେ ଚାଲିଥିଲା ପାର୍ଟି, ବାରରେ ରେଡ କଲା ପୋଲିସ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବା ନେଇ କମିଶନରେଟ ପୋଲିସ ଦ୍ବାରା ଏକ ସ୍ପେଶାଲ ଡ୍ରାଇଭ୍(special drive) ଆରମ୍ଭ ହୋଇଛି । ଏହା ଆଧାରରେ ପୋଲିସ ଶନିବାର ରାତିରେ ରାଜଧାନୀର ବିଭିନ୍ନ ବାରରେ ଛାପା ମାରି ଥିଲା । ରାତି ପ୍ରାୟ ୧ଟା ୪୫ ମନିଟରେ ଇନଫୋସିଟି PS ଅଧୀନରେ ଥିବା ରେବୋର୍ନ କ୍ଲବ ଆଣ୍ଡ କିଚେନ(Reborn Club and Kitchen) ଖୋଲା ରହିଥିବା ବେଳେ ସେଠାରେ ଗ୍ରାହକ ମାନେ ମଧ୍ୟ ଥିବା ଦେଖିବାକୁ ମିଳିଥିଲା । ଏହାପରେ ୨ଟା ୩୦ ସମୟରେ ହୋଟେଲ ଜୋରିସ୍ ବୋଟିକ(Hotel Zoris Botique)ରେ ଥିବା ଟପନଚ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିବେଳେ ସେଠାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗ୍ରାହକ ନାଚ ଗୀତରେ ମସଗୁଲ ଥିଲେ । ତେବେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବାର ଚାଲୁଥିବାରୁ ପୋଲିସ ବାରରେ ଚଢାଉ କରିଥିଲା ।
ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ''ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବାର ଚାଲୁଥିବାର ଲୋକେ ଏକାଠି ହେଉଛନ୍ତି । ଫଳରେ ଗଣ୍ଡଗୋଳ ଅପ୍ରିତିକର ପରିସ୍ଥିତି ଉପୁଜୁଛି । ଏଣୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବା ନେଇ ଏକ ସ୍ପେଶାଲ ଡ୍ରାଇଭ୍ ହୋଇଥିଲା । ଯାହାର ଆଧାରରେ ଏଭଳି ରେଡ ହୋଇଥିଲା ''। ତେବେ ପୂର୍ବରୁ ମଧ୍ୟ କମିଶନରେଟ ପୋଲିସ ଅନେକ ବାରରେ ବିଳମ୍ବିତ ରାତିରେ ଚଢାଉ କରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଇଟିଭି ଭାରତ, ଭୁବନେଶ୍ବର