ଓଡିଶା

odisha

ETV Bharat / city

ସାବାଡ ହେବେ ନିଶା ବେପାରୀ, ଅଭିଯାନ ଆରମ୍ଭ କଲା କମିଶନରେଟ ପୋଲିସ

ରାଜ୍ୟରେ ନିଶା ବେପାରୀଙ୍କୁ ବିତାଡିତ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ । ମାସକ ମଧ୍ୟରେ 83ଜଣ ବେପାରୀଙ୍କୁ ଗରିଫ କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 6, 2019, 8:21 PM IST

ଭୁବନେଶ୍ବର: ନିଶା ବେପାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନକୁ ସଫଳ କରିଛି କମିଶନରେଟ ପୋଲିସ । ମାସେ ମଧ୍ୟରେ ପ୍ରାୟ 52ଟି ମାମଲା ରୁଜୁ କରିଛି ପୋଲିସ । 83ଜଣ ନିଶା ବେପାରୀଙ୍କୁ ଗରିଫ ମଧ୍ୟ ହୋଇଛନ୍ତି । ଏହି ଅଭିଯାନ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିଶା ବେପାର ଅଭିଯୋଗରେ ବାରମ୍ବାର ଗିରଫ ହେଉଥିବା ଅଭିଯୁକ୍ତ ଜାମିନରେ ଯିବା ପରେ ପୁଣି ଥରେ ସେହି ନିଶା ବେପାରରେ ଲାଗୁଥିବା ଅଧିକାଂଶ ବେପାରୀ କମିଶନରେଟ ତାଲିକାରେ ଅଛନ୍ତି। ଖୁବ ଶୀଘ୍ର ସେମାନଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ଉଦ୍ୟମ ଜାରି ରହିଛି। ଏହାସହ 3 ଜଣଙ୍କ ନାମରେ ଭୁବନେଶ୍ୱର ଛାଡିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି। ନିଶା ବେପାରୀ ସାଧାରଣ ଭାବରେ ବାଲେଶ୍ୱରରୁ ଆସି ରାଜଧାନୀ ରେ ରହି ବେପାର କରୁଛନ୍ତି। ନିଶା ବେପାର ଛଡା ଅନ୍ୟ ଅପରାଧରେ ମଧ୍ୟ ସମ୍ପୃକ୍ତି ରହୁଛନ୍ତି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ 500 ଗ୍ରାମ ବ୍ରାଉନସୁଗାର, 1କୁଇଣ୍ଟାଲ 500 କେଜି ଗଞ୍ଜେଇ, 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା । 2 ଟି କାର, 21ଟି ବାଇକ ଓ ମୋବାଇଲ 24 ଟି ଓ ସୁନା ଅଳଙ୍କାର ଏକ କେଜି ରୁ ଅଧିକ ଜବତ କରିସାରିଲାଣି କମିଶନରେଟ ପୋଲିସ । ଏହାସହ ଜିଲ୍ଲାର ଏସପି ମାନଙ୍କୁ ମଧ୍ୟ ନିଶାବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details