ଭୁବନେଶ୍ବର: ସାବାଡ ହେବେ ଅଭ୍ୟାସଗତ ନିଶା ବେପାରୀ । ଏନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ପେଶାଲ ଡ୍ରାଇଭ। ଏହି ନୂଆ ପ୍ଲାନରେ ଦୁଇ ଦିନ ଭିତରେ ୨୮ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ରାଜଧାନୀରେ 2ଟି ଥାନା ଅଧୀନରେ ରହିଥିବା ନିଶା ବେପାରୀଙ୍କୁ ଉପରେ ନଜର ରଖିବା ସହ ଖୋଳତାଡ଼ କରୁଛି ପୋଲିସ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର ଖବର ଅନୁଯାୟୀ, ଦିନକୁ ଦିନ ରାଜଧାନୀରେ ଅପରାଧୀକ ସମସ୍ୟା ବଢ଼ିବାରେ ଲାଗିଛି। ସମସ୍ତ ଅପରାଧ ନିଶା କାରବାର ସହ ଲିଙ୍କ ରହିଛି। ଯେଉଁମାନେ ନିଶା ବ୍ୟବସାୟ କରୁଛନ୍ତି ସେମାନଙ୍କୁ ପୋଲିସ 3 ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ସହ ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।
ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୧୭୦ ଗ୍ରାମ ବ୍ରାଉନ ସୁଗାର, ୨୦ କେଜି ଗଞ୍ଜେଇ, ୭୭ ହଜାର ଟଙ୍କା ସହ କାର ବାଇକ ଜବତ କରିଛି କମିଶନରେଟ ପୋଲିସ।ରାଜଧାନୀକୁ ବ୍ରାଉନସୁଗାର ଖୋର୍ଦ୍ଧା ଓ କଟକର ଛତିଆ ପ୍ରବେଶ କରୁଥିବା ବେଳେ ସବୁ ନିଶା ବେପାରୀଙ୍କ ଉପରେ ଓଡିଶା ପୋଲିସର ନଜର ରହିବ ।
ଏହାସହ ଭୁବନେଶ୍ବରର ଖଣ୍ଡଗିରି ଓ ଲକ୍ଷ୍ମୀସାଗର ଥାନା ଅଧୀନରେ ଅଧିକ ନିଶାକାରବାର ହେଉଛି। ତେଣୁ ଆବଶ୍ୟକ ପଡ଼ିଲେ ନିଶା ବେପାରୀଙ୍କୁ ଉକ୍ତ ସ୍ଥାନରୁ ତଡିଦିଆଯିବ ସହ ସେମାନଙ୍କ ଉପରରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସ୍ୱତନ୍ତ୍ର ଡ୍ରାଇଭରେ କମିଶନରେଟ ପୋଲିସ ଏସଟିଏଫ ଓ ଏନସିବି ସହଯୋଗ କରୁଛନ୍ତି। ଏହି ସ୍ୱତନ୍ତ୍ର ଡ୍ରାଇଭରେ ରାଜଧାନୀର ଦୁଇଟି ପୋଲିସ ଥାନାକୁ ନିର୍ଦ୍ଦେଶ ରହିଛି। କମିଶନରେଟ ପୋଲିସ ଧାରା ୪୫,୪୬ ଅନୁସାରେ କାରବାର କରୁଥିବା ବେପାରୀଙ୍କୁ ତଡିବାକୁ ଯୋଜନା ପ୍ରସ୍ତୁତ ଚାଲିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ