ଓଡିଶା

odisha

ETV Bharat / city

ହୋଲି ପାଇଁ ଟ୍ବିନ୍‌ ସିଟିରେ ଜାରି ହେଲା ଆଡଭାଇଜରି

ରାତି ପାହିଲେ ରଙ୍ଗର ପର୍ବ ହୋଲି । ହୋଲି ପର୍ବକୁ ନେଇ ସାରା ସହର ଉତ୍ସବମୁଖର ହୋଇ ଉଠିଥିବାବେଳେ ଏଥିପାଇଁ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।

By

Published : Mar 20, 2019, 11:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳରେ ମାତିବେ ପିଲା ଠାରୁ ବୁଢା । ସେଥିପାଇଁ ଉତ୍ସବମୁଖର ଗାଁ ଠାରୁ ସହର । ତେବେ ହୋଲିରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ବିନ୍‌ ସିଟି ପାଇଁ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ । ଜନସାଧାରଣଙ୍କୁ ଶାନ୍ତିଶୃଙ୍ଖଳା ସହ ହୋଲି ପର୍ବକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହୋଲି ପର୍ବକୁ ନେଇ ସାରା ସହର ଉତ୍ସବମୁଖର ହୋଇ ଉଠିଥିବାବେଳେ ଏଥିପାଇଁ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ହୋଲି ଅବସରରେ ଭୁବନେଶ୍ବରରେ 15ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହ ଟ୍ବିନ୍‌ ସିଟିରେ 16 ସ୍ପେଶାଲ ମୋବାଇଲ, 18 ଆର୍ମ ପିକେଟିଂ ଗ୍ରୁପ୍ ବ୍ୟବସ୍ଥା ସହ 5 ଷ୍ଟ୍ରାଇକିଂ ଫୋର୍ସ ଓ ଓଡ୍ରାଫ୍ ଟିମ୍ ମଧ୍ୟ ପ୍ରସ୍ତୁତ ରହିବେ ।

ସେହିପରି କଟକରେ 10 ପ୍ଲାଟୁନ ପୋଲିସ ଫୋର୍ସ ସହ 8 ସ୍ପେଶାଲ ମୋବାଇଲ, 25 ଆର୍ମ ପିକେଟିଂ ଗ୍ରୁପ୍ ଓ ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିବେ। ଏହା ଛଡା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୋଲିସ ନଜର ରଖିବା ସହ ରାସାୟନିକ ରଙ୍ଗ ନ ଖେଳିବାକୁ କମିଶନର ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଛନ୍ତି ।

ଏହା ଛଡା ହୋଲିରେ ବ୍ୟବହାର କରାଯାଉଥିବା ରଙ୍ଗରେ କି ପ୍ରକାରର କେମିକାଲ ବ୍ୟବହାର କରାଯାଉଛି । ତାହାର ନମୁନା ସଂଗ୍ରହ କରାଯିବ । ଏଥିପାଇଁ ପୋଲିସ ଓ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯିବ ଏବଂ ରଙ୍ଗ ଦୋକାନରେ ଚଢାଉ କରାଯିବ ବୋଲି କମିଶନର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details