ଓଡିଶା

odisha

ETV Bharat / city

ହାତରେ ଆଉ 2ଦିନ, ପୁଣି ଲାଗିଲା କଟକଣା

ଲକଡାଉନ ଅବଧି ପୂର୍ବରୁ କମିସନରେଟ ପୋଲିସର କଟକଣା । ରାଜଧାନୀରେ ମେ 1ରୁ ଲାଗୁ ହୋଇଛି ଏହି ସବୁ କଟକଣା । ଜାଣନ୍ତୁ କଣ...

Commissionerate police
ହାତରେ ଆଉ 2ଦିନ, ପୁଣି ଲାଗିଲା କଟକଣା

By

Published : May 1, 2020, 4:26 PM IST

ଭୁବନେଶ୍ବର: ଲକଡାଉନ ଅବଧି ପୂର୍ବରୁ କମିସନରେଟ ପୋଲିସର କଟକଣା । ରାଜଧାନୀରେ ମେ 1ରୁ ଲାଗୁ ହୋଇଛି ଏହି ସବୁ କଟକଣା । କମିସନରେଟ ପୋଲିସର ଅଞ୍ଚଳରେ ସାମାଜିକ ଦୂରତ୍ବ ଓ ଦୋକାନ ବଜାର ଅଞ୍ଚଳରେ ଭିଡ ନଜମାଇବାକୁ ଜାରି ହୋଇଛି ଗାଇଡ ଲାଇନ । ଏନେଇ ସହର ପରିକ୍ରମା କରି ଦୋକାନୀଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରୁଛି କମିସନରେଟ ପୋଲିସ ।

ହାତରେ ଆଉ 2ଦିନ, ପୁଣି ଲାଗିଲା କଟକଣା; କମିସନରେଟ ପୋଲିସର ହଇଚଇ

ଆସନ୍ତୁ ନଜର ପକାଇବା କଣ ରହିଛି କଟକଣା...

1.ଦୁଇ ବ୍ୟକ୍ତିଙ୍କ ମଧ୍ୟରେ 2ମିଟର ଦୂରତା ଅର୍ଥାତ 6ଫୁଟର ବ୍ୟବଧାନ ବାଧ୍ୟତାମୂଳକ

2.ସବୁ ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନ ନିଜ ପରିସରରେ ତଥା ଆଖପାଖ ଅଞ୍ଚଳରେ ସାମାଜିକ ବ୍ୟବଧାନ ଉଲଙ୍ଘନ ନ କରିବାକୁ ପାଇଁ ଗୁରୁତ୍ବ ।

3.ଟ୍ବିନ୍‌ସିଟିର ବିଏମସି ଓ ସିଏମସି ଅଞ୍ଚଳରେ ପୌର ନିଗମ ଦ୍ବାରା ଅନୁମତି ମିଳିନଥିବା ଦୋକାନ ଖୋଲିବେ ନାହିଁ ଏବଂ ଦିଆଯାଇଥିବା ସମୟ ନିର୍ଘଣ୍ଟକୁ କଡାକଡି ପାଳନ କରିବେ ।

4.ଗ୍ରାହକମାନେ ଦୋକାନ ବଜାର ଗଲାବେଳେ କିଣାକିଣିବେଳେ ସାମାଜିକ ଦୂରତାକୁ ପାଳନ କରିବେ । ଅନ୍ୟମାନଙ୍କ ପ୍ରତି ଶୃଙ୍ଖଳିତ ଆଚରଣ କରିବେ ।

5.ଯଦି ଗ୍ରାହକମାନେ ଦୋକାନୀ ବା ବାଣିଜ୍ୟିକ ଅନୁଷ୍ଠାନର ନିୟମ ନମାନି ସାମାଜିକ ଦୁରତା ଉଲଙ୍ଘନ କରିବେ ତାହାଲେ ପୋଲିସକୁ 100 ଯୋଗେ ଯୋଗାଯୋଗ କରିବେ । ପୋଲିସକୁ ନଜଣାଇ ସାମାଜିକ ଦୂରତା ଦୋକାନ ସାମ୍ନାରେ ଭଙ୍ଗହେଲେ ମାଲିକ ଦାୟୀ ରହିବେ ଓ ଦଣ୍ଡିତ ହେବେ ।

6. ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନର କର୍ମଚାରି ବା ମାଲିକ ସର୍ବଦା ମୁଖା ବା ମାସ୍କ ପିନ୍ଧିବେ ।

7. ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନକୁ ଅନୁମତି ନାହିଁ କି କିଣାକିଣି ବେଳେ ମୁହଁରୁ ମାସ୍କ ଖୋଲିବେ ନାହିଁ ।

8.ପ୍ରତ୍ୟେକ ଦୋକାନ ବା ବାଣିଜ୍ୟିକ ଅନୁଷ୍ଠାନ ହାତସଫା ପାଇଁ ସାନିଟାଇଜର ବା ହ୍ୟାଣ୍ଡୱାସର ବ୍ୟବସ୍ଥା କରିବେ ।

ତେବେ ଏହି ସବୁ ନିୟମ ଉଲଙ୍ଘନ କଲେ ଓଡିଶା ସହରାଞ୍ଚଳ ଆଇନ ଧାରା 96ଡିରେ 5ଶହ ଟଙ୍କା ଜୋରିମନା ଦେବାକୁ ହେବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details