ଓଡିଶା

odisha

ETV Bharat / city

ଅପରେସନ ବେଳେ ଅପରାଧୀ ସହ ଡିଲ, ନିଲମ୍ବିତ ହେଲେ କମିଶନରେଟ ଏଏସଆଇ

ଅପରେସନ ବେଳେ ଅପରାଧୀ ସହ ଡିଲ ପଡିଲା ମହଙ୍ଗା । ନିଲମ୍ବିତ ହେଲେ କମିଶନରେଟ ଏଏସଆଇ । ଅର୍ଜୁନ କହଁର ନାମକ ଏଏସଆଇକୁ ନିଲମ୍ବିତ କରାଯାଇଛି ।

By

Published : Nov 19, 2019, 5:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦୁର୍ନୀତିରେ ଛାଇଗଲାଣି କମିଶନରେଟ ପୋଲିସ । କିଛିଦିନ ପୂର୍ବେ ଜଣେ କନଷ୍ଟେବଳ ଗିରଫ ପରେ ଏବେ ଜଣେ ଏଏସଆଇ ନିଲମ୍ବିତ । ଅର୍ଜୁନ କହଁର ନାମକ ଏଏସଆଇକୁ ନିଲମ୍ବିତ କରାଯାଇଛି ।

ସ୍ପେଶାଲ ସ୍କ୍ବାର୍ଡର କାମ କରୁଥିବା ଏହି ଅଣ୍ଡରକଭର ଏଏସଆଇ ସ୍ପେଶାଲ ଅପରେସନରେ ଅପରାଧୀ ସହ ଡିଲ କରିଥିଲେ । ଯାହାକୁ ନେଇ ଡିଜିଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ତାଙ୍କୁ ନିଲମ୍ବନ କରାଯାଇଛି ।

ତେବେ ସ୍ପେଶାଲ ସ୍କ୍ବାଡ ଭଳି ସ୍ବତନ୍ତ୍ର ୟୁନିଟ ଯେ,କି କ୍ରାଇମ ସିଣ୍ଡିକେଟ ଓ କ୍ରିମିନାଲଙ୍କ ଉପରେ ନଜର ରଖିଥାନ୍ତି, ବିଶେଷ କରି ଥାନାସ୍ତରରେ ହେଉଥିବା ଅପରାଧକୁ ସ୍ପେଶାଲ ସ୍କ୍ବାଡ ଅଧିକାରୀ ଧରିଥାନ୍ତି । ସେଭଳି ଏକ ତଦନ୍ତକାରୀ ସଂସ୍ଥାରେ ଏଭଳି କର୍ମଚାରୀଙ୍କ ଏପରି ଭୂମିକା କମିଶନରେଟ ପୋଲିସର ଭାବମୂର୍ତ୍ତିକୁ ଦୋହଲାଇ ଦେଇଛି ।

ଯେଉଁଠି ସରକାର ସ୍ବଛତା ଆଣିବାକୁ ଗୁରୁତ୍ବ ଦେଉଛନ୍ତି ସେଠି ପୋଲିସ କର୍ମଚାରୀଙ୍କ ଏପରି ଭୂମିକା ଜନସାଧାରଣ ମଧ୍ୟରେ କମିଶନରେଟ ପୋଲିସର ଚେହେରାକୁ ବଦନାମ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details