ଓଡିଶା

odisha

ETV Bharat / city

କମିଶନରେଟ ପୋଲିସ ପଞ୍ଝାରେ କାର ଲୁଟେରା ଗ୍ୟାଙ୍ଗ - ପୋଲିସ

ଏକ ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । 4 ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 3ଟି କାର, 2 ବାଇକ ଓ 2 ବନ୍ଧୁକ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନେ ବହୁ କାର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 2, 2019, 7:03 PM IST

ଭୁବନେଶ୍ବର: କମିଶନରେଟ୍ ପୋଲିସକୁ ବଡ ସଫଳତା । କମିଶନରେଟ ପୋଲିସ ହାତରେ ଲାଗିଛନ୍ତି 4 ଆନ୍ତଃରାଜ୍ୟ ଲୁଟେରା । ସେମାନଙ୍କ ଠାରୁ 3ଟି କାର, 2ଟି ବାଇକ ଓ 2ଟି ବନ୍ଧୁକ ଜବତ କରିଛି ପୋଲିସ । ଏମାନେ ବ୍ୟବସାୟୀ ଶିବ ସୁନ୍ଦର ଦାସଙ୍କ କାର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଲୁଟେରା ମାନେ ଦୀର୍ଘ ଦିନରୁ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ରାଜଧାନୀ ଠାରୁ ଆରମ୍ଭ କରି କଟକ ଓ ଆଠଗଡ ଅଞ୍ଚଳରୁ କାର ଲୁଟ୍ କରୁଥିଲେ । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାର୍ ଗୁଡିକୁ 30 ହଜାର ଟଙ୍କାରେ ବିକ୍ରି କରୁଥିଲେ । ତେବେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ଗିରଫ ଲୁଟେରା ମାନେ ହେଲେ ପଦ୍ମ ଲୋଚନ ନାୟକ, କଳ୍ପତରୁ ଜେନା ଓରଫ ବାପି, ମୁନ ବାରିକ, ସନ୍ତୋଷ କୁମାର ସାହୁ ।

ଗିରଫ ଲୁଟେରା ମାନେ ଗତ ଜୁନ ୮ ତାରିଖରେ ନୟାପଲ୍ଲୀ ଅଞ୍ଚଳର ବ୍ୟବସାୟୀ ଶିବ ସୁନ୍ଦର ଦାସଙ୍କ କାର ଲୁଟ ଘଟଣାରେ ସମ୍ପୃକ୍ତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details