ଭୁବନେଶ୍ବର: ପୋଲିସ କମିଶନର ଭାବେ ନୂଆ କରି ଦାୟିତ୍ବ ନେଇଛନ୍ତି ସୁଧାଂଶୁ ଷଡ଼ଙ୍ଗୀ । କିନ୍ତୁ ଆରମ୍ଭରୁ ହିଁ ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜ ପାଲଟିଛି । ଏହାର ପ୍ରମୁଖ କାରଣ ସାଜିଛି ଆବଶ୍ୟକୀୟ ପୋଲିସ ଅଭାବ । ଦ୍ବୈତ ନଗରୀ ପାଇଁ ଯେଉଁ ପରିମାଣର ପୋଲିସ କର୍ମଚାରୀ ଆବଶ୍ୟକ । ତାହାର ଅଭାବ ଦେଖିବାକୁ ମିଳିଛି କମିଶନର ପୋଲିସ ପାଖରେ । ଫଳରେ ନୂଆ ପୋଲିସ କମିଶନରଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ଚ୍ୟାଲେଞ୍ଜ ।
ଲୋ ପୋଲିସ ମ୍ୟାନ ପାୱାର ଫଳରେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଏକ ପ୍ରକାର ମୁଣ୍ଡବ୍ୟଥାର କାରଣ ସାଜିଛି । ବର୍ତ୍ତମାନ 188 ଜଣ ଏସଆଇଙ୍କ ସ୍ଥାନରେ ଅଛନ୍ତି 128 ଜଣ । ସେହିପରି 180ଜଣ ଏଏସଆଇରୁ ଅଛନ୍ତି 152ଜଣ । କଟକ-ଭୁବନେଶ୍ବର ଦ୍ବୈତ ନଗରୀ ପାଇଁ 186 ହାବିଲଦାରଙ୍କ ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ କାର୍ଯ୍ୟନିର୍ବାହ କରୁଛନ୍ତି 168 ଜଣ ।