ଓଡିଶା

odisha

ETV Bharat / city

ସମ୍ଭାବ୍ୟ ତୃତୀୟ ଲହର ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ଛକ ଛକରେ ଜଗିବ PCR - କମିଶନରେଟ ପୋଲିସର ବୌଠକ

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଗିବ PCR । ତୃତୀୟ ଲହର ଆଶଙ୍କାରେ ପ୍ରସ୍ତୁତ କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ସମ୍ଭାବ୍ୟ ତୃତୀୟ ଲହର ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ଛକ ଛକରେ ଜଗିବ PCR
ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପ୍ରସ୍ତୁତି, ଛକ ଛକରେ ଜଗିବ PCR

By

Published : Jun 27, 2021, 12:39 PM IST

Updated : Jun 27, 2021, 2:13 PM IST

ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି ଭୁବନେଶ୍ବର ପୋଲିସ । ସାମାଜିକ ଦୂରତା ନିୟମ ଉଲଙ୍ଘନ କରିବା ଫଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ଲୋକଙ୍କ ଗହଳି ଉପରେ ଅଧିକ ଧ୍ୟାନ ଦେବ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ PCR ଭ୍ୟାନ ନିୟୋଜିତ ରହିବ ବୋଲି ବ୍ୟବସ୍ଥା କରାଯାଇଛି ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ଛକ ଛକରେ ଜଗିବ PCR

ଆଗକୁ ମହାମାରୀ କୋରୋନାର ତୃତୀୟ ଲହର ଆସୁଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଅନୁଷ୍ଠିତ ହୋଇଯାଇଛି । ଆଡିସନାଲ ଡିସିପି, ସମସ୍ତ ଜୋନ ଏସିପି, ବିଭିନ୍ନ ଥାନାର ଆଇଆଇସି ଯୋଗ ଦେଇଥିଲେ । ଏହି ବୈଠକ ପରେ ବହୁ ସଂଖ୍ୟାରେ ପିସିଆର ଭ୍ୟାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିଥିଲେ ।

ଆଗାମୀ ଦିନରେ ପୋଲିସ ପାଟ୍ରୋଲିଂ କଡାକଡି କରାଯିବ ଏବଂ ଯଦି କୌଣସି ଅମାନିଆ କୋରୋନା ନିୟମକୁ ଉଲଙ୍ଘନ କରୁଥିବାର ନଜର ଆସନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 27, 2021, 2:13 PM IST

ABOUT THE AUTHOR

...view details