ଓଡିଶା

odisha

ETV Bharat / city

କାରରେ କଟେ ରାତି, ଅନ୍ଧାରରେ ହୁଏ ଲୁଟ - ଅପରାଧୀ

ଅପରାଧୀଙ୍କ ଲୁଟର ଯୋଜନା ସମ୍ବନ୍ଧରେ ପୋଲିସକୁ ତଥ୍ୟ ମିଳିଛି । ସେମାନେ ଲୁଟ ପାଇଁ  କିଭଳି ଯୋଜନା ପ୍ରସ୍ତୁତ କରୁଥିଲେ ଏବଂ ତାକୁ ସଫଳ କରୁଥିଲେ ସେନେଇ ପୋଲିସ ଜାଣିବାକୁ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 5, 2019, 10:56 PM IST

Updated : Aug 5, 2019, 11:56 PM IST

ଭୁବନେଶ୍ବର: ଗତ ଦୁଇ ଦିନରେ ୫ ଜଣଙ୍କ ଏନକାଉଣ୍ଟର ପରେ ସାମ୍ନାକୁ ଆସିଛି ଅପରାଧୀଙ୍କ ଲୁଟ ଯୋଜନା । ସେମାନେ ଲୁଟ ପାଇଁ କିଭଳି ଯୋଜନା ପ୍ରସ୍ତୁତ କରୁଥିଲେ ଏବଂ ତାକୁ ସଫଳ କରୁଥିଲେ ସେନେଇ ପୋଲିସ ହାତରେ ଲାଗିଛି ତଥ୍ୟ । ଅନ୍ଧାରରେ ଆସି ଲୁଟ କରନ୍ତି ଓ ଧରା ନପଡିବା ପାଇଁ ଆକ୍ରମଣ କରି ଫେରାର ହୋଇଯାଆନ୍ତି ଏହି ଦୁର୍ବୁତ୍ତ । ଲୋକଲୋଚନକୁ ନଆସିବା ପାଇଁ କାରରେ କାଟନ୍ତି ରାତି । ପିନ୍ଧିବା ବସ୍ତ୍ରଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହୃତ ସମସ୍ତ ଜିନିଷ ରଖନ୍ତି କାର ଭିତରେ । ଯେଉଁଠି ଲୋକଙ୍କ ନଜର ପଡିପାରିବ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ୩ ତାରିଖରେ ରଙ୍ଗବଜାର ନିକଟରେ ଅରୁଣ ଓ ବିବେକାନନ୍ଦର ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟର ସ୍ଥଳରୁ ଜବତ ହୋଇଥିବା ଲୁଟେରାଙ୍କ କାରରୁ ଏହିସବୁ ସାମଗ୍ରୀ ଜବତ ହେବାପରେ ପୋଲିସ ପଚରା ଉଚୁରା ଜାରି ରଖିଥିଲା। ପଚରା ଉଚୁରା ବେଳେ ସାମ୍ନାକୁ ଆସିଛି ଏହି ସବୁ ତଥ୍ୟ । ବଡଗଡ ଚିଲିପୋଖରିରେ ଏନକାଉଣ୍ଟରର ଶିକାର ହୋଇଥିବା ଚିନୁ ଓ ହରିଆ ମଧ୍ୟ ସେହିପରି ଲୁଟ କରନ୍ତି ବୋଲି ଜଣା ପଡିଛି । ତେବେ ସେମାନେ ସୁବିଧା ସମୟ ଦେଖି ନିଜ ଧଉଳି ସ୍ଥିତ ଆପାର୍ଟମେଣ୍ଟକୁ ଫେରନ୍ତି ।

ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅର୍ଥାତ ରବି ରାଓ ଏସବୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଛି। ଲୁଟ ପାଇଁ ଏମାନେ ସବୁବେଳେ ନିଜ ନିଜ ଭିତରେ ଲିଙ୍କରେ ରୁହନ୍ତି। ତେବେ ମଞ୍ଚେଶ୍ବର ,ପାଣ୍ଡରା ନୁଆରୋଡ, ସହିଦନଗର ଆଦି ଲୁଟ ଓ ଆକ୍ରମଣ ଘଟଣାରେ ଏମାନଙ୍କର ହାତ ଥିବା ପୋଲିସ ସନ୍ଦେହ କରୁଛି। ଏନେଇ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଏମାନଙ୍କ ଲିଙ୍କରେ ଥିବା ଅନ୍ୟ ଦୁଇ ଅପରାଧୀ ଏବେ ପୋଲିସର ଟାର୍ଗେଟରେ ଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 5, 2019, 11:56 PM IST

ABOUT THE AUTHOR

...view details