ଓଡିଶା

odisha

ETV Bharat / city

ଐତିହ୍ୟ ସ୍ଥଳରେ ବ୍ୟବସାୟିକ କାର୍ଯ୍ୟକ୍ରମ, ଥାନାରେ ଏତଲା - mukteswar

ମୁକ୍ତେଶ୍ଵର ମନ୍ଦିର ପରିସରରେ ପୁସ୍ତକ ପଠନ କାର୍ଯ୍ୟକ୍ରମକୁ ବିରୋଧ । ସଂସ୍କୃତି ଗବେଷକ ଅନିଲ ଧିର୍ ଥାନାରେ ଦେଲେ ଏତଲା । ପୁସ୍ତକ ପଠନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଘୋଷଣା ପରେ ବିବାଦ ମୁଣ୍ଡ ଟେକିଥିଲା । ମନ୍ଦିର ଭଳି ପବିତ୍ର ସ୍ଥାନକୁ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବ ନାହିଁ।

ଫଟୋ ସୌଜନ୍ୟ: ସମ୍ବାଦଦାତା. ଭୁବନେଶ୍ୱର

By

Published : Apr 4, 2019, 6:02 PM IST

ଭୁବନେଶ୍ବର : ପର୍ଯ୍ୟଟନ ସ୍ଥଳୀରେ ବ୍ୟବସାୟୀକ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ସଂସ୍କୃତି ଗବେଷକ ଅନିଲ ଧିର୍ । ଆସନ୍ତା ୫ ତାରିଖରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା ଉଇଲିୟମ ଡାଲ୍‌ରିମ୍ପୁଲଙ୍କ ପୁସ୍ତକ ପଠନ କାର୍ଯ୍ୟକ୍ରମ ରହିଛି । ଏନେଇ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ବିବାଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ଭୁବନେଶ୍ୱର
ମୁକ୍ତେଶ୍ଵର ମନ୍ଦିର ଏକ ସଂରକ୍ଷିତ ଐତିହ୍ୟ ହୋଇଥିବାବେଳେ ଏଠାରେ ଏପରି କାର୍ଯ୍ୟକ୍ରମ ଆୟୋଜନ ବେଆଇନ ବୋଲି ଦର୍ଶାଇଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ସଂସ୍କୃତି ଗବେଷକ ଅନିଲ ଧିର୍ ।

ଏଏସ୍‌ଆଇ ସଂସ୍ଥାର କାର୍ଯ୍ୟାଳୟଲିଙ୍ଗରାଜ ଥାନା ଅଧୀନରେ ରହିଥିବାରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପରି ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଏତଲାରେ ଅନୁରୋଧ କରିଛନ୍ତି ସେ। ଏଠାରେ ଯେଉଁ କାର୍ଯ୍ୟକ୍ରମ ହେବାକୁ ଯାଉଛି, ତାହା ସମ୍ପୂର୍ଣ୍ଣ ବ୍ୟବସାୟିକ। ଏହି କାର୍ଯ୍ୟକ୍ରମରେ ଉଇଲିୟମ ଡାଲ୍‌ରିମ୍ପୁଲଙ୍କ ଲିଖିତ ପୁସ୍ତକ ‘ନାଇନ ଲାଇଭସ୍’ର ପ୍ରଚାର ପ୍ରସାରକୁ ନେଇ ମନ୍ଦିରର ସମ୍ମାନରେ ହାନି ଘଟୁଛି । ଏହାକୁ ବ୍ୟବସାୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବ ନାହିଁ। ଅନ୍ୟପଟେ କୌଣସି ଏକ କାର୍ଯ୍ୟକ୍ରମ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଅନୁମତି ଆବଶ୍ୟକ ପଡ଼ିଥାଏ ବୋଲି ଅନିଲ ଧିର୍ କହିଛନ୍ତି।

ଏହି କାର୍ଯ୍ୟକ୍ରମ ହେଲେ ଏହା ଐତିହ୍ୟ ସଂରକ୍ଷଣ ଆଇନ ୧୯୫୬ ଉଲ୍ଲଘଂନ ହେବ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କର ସମାଗମ ଏହି ଐତିହ୍ୟ ପ୍ରତି ବିପଦ ବୋଲି ଏତଲାରେ ଦର୍ଶାଯାଇଛି। ଅନ୍ୟପଟେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏତଲା ପରେ ସମ୍ପୂର୍ଣ୍ଣ ରୂପେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି ବୋଲି ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଗବେଷକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details