ଓଡିଶା

odisha

ETV Bharat / city

ଜୁନ ପହିଲାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଜୁନ ପହିଲାରୁ ଖୋଲିବାକୁ ଯାଉଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

By

Published : May 28, 2021, 10:27 PM IST

ଜୁନ ପହିଲାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ
ଜୁନ ପହିଲାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: ମହାମାରୀ ସଙ୍କଟ ମଧ୍ୟରେ ଜୁନ ପହିଲାରୁ ଖୋଲିବାକୁ ଯାଉଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକ ଜୁନ ପହିଲାରୁ ଖୋଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ରାଜ୍ୟରେ ଥିବା ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ କୁଳପତି ଓ ଅଧକ୍ଷଙ୍କୁ ଚିଠି ଲେଖିଛନ୍ତି ।
ମେ 31ରେ ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଏଭଳି ନିଷ୍ପତ୍ତି ନିଆଯିବ । ରାଜ୍ୟରେ କଲେଜ ଖୋଲିବା କ୍ଷଣି ସମସ୍ତ କୋଭିଡ ନିୟମ କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି । ଏପରିକି 16 ଏବଂ 26 ତାରିଖରେ ଦିଆଯାଇଥିବା ଚିଠିର ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details