ଭୁବନେଶ୍ବର:ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ପତ୍ନୀ । ମାଲକାନଗିରିର ଏସପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ବଦଳି ଦାବି କରିଛନ୍ତି ପତ୍ନୀ ବନଜା ପଣ୍ଡା । ଏମାନେ (ହତ୍ୟା ମାମଲା ଅଭିଯୁକ୍ତ) ପ୍ରମାଣ ନଷ୍ଟରେ ସହଯୋଗ କରିଥିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ । ସେ ମାଲକାନଗିରି ଏସ୍ପି, SDPO, DIB ଇନ୍ସପେକ୍ଟର, IICଙ୍କ ବଦଳି ଦାବି କରିଛନ୍ତି ।
ଅନ୍ୟପଟେ ଏହି ସମସ୍ତଙ୍କୁ ଜିଲ୍ଲା ବାହାରକୁ ବଦଳି ନ କରାଗଲେ ତଦନ୍ତରେ ବଧାପ୍ରାପ୍ତ ହେବ ବୋଲି ସୂଚନା ଦିଆଯାଇଛି । ସୂଚନା ମୁତାବକ ବନଜା ପଣ୍ଡା ଇମେଲ ମାଧ୍ୟମରେ କେସ୍ ଫାଇଲ କରିଥିବା ବେଳେ ବନଜାଙ୍କ ଓକିଲ ଆଜି ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଏକ ପିଟିସନ ଦାଖଲ କରିଛନ୍ତି । ଅନ୍ୟପଟେ ଆଜି ମାଲକାନଗିରି ଜିଲ୍ଳାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ହୋଇଛି ।