ଓଡିଶା

odisha

ETV Bharat / city

24 ଘଣ୍ଟାରେ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା, 19ରୁ ପୁଣି ବଢିବ ଶୀତ - winter

ମଧ୍ୟପ୍ରଦେଶରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଓଡିଶା ମଧ୍ୟକୁ ପୂର୍ବ ଦିଗରୁ ପବନ ପ୍ରଭାହିତ ହେଉଛି । ଫଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

By

Published : Dec 15, 2020, 6:10 PM IST

ଭୁବନେଶ୍ବର: ରାଜ୍ୟର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ମଧ୍ୟପ୍ରଦେଶରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଓଡିଶା ମଧ୍ୟକୁ ପୂର୍ବ ଦିଗରୁ ପବନ ପ୍ରଭାହିତ ହେଉଛି । ଫଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । ଏହାସହ ୧୯ ତାରିଖ ପରେ ପ୍ରାୟ ୩ ରୁ ୫ ଡିଗ୍ରୀ ପାରଦ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଆସନ୍ତା ୨୪ ଘଣ୍ଟା, ବୁଧବାର ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ବର୍ଷା ସମ୍ଭାବନା ରହିଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ, ମୟୁରଭଞ୍ଜ, ଦେବଗଡ଼ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି କଳାହାଣ୍ଡି, ଜଗତସିଂହପୁର, କଟକ, ବୌଦ୍ଧ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଯିବ । ୩ ରୁ ୪ ଦିନ ପରେ ରାତ୍ରୀ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବ। ଭୁବନେଶ୍ବରରେ ତାପମାତ୍ରା ୧୮ ରୁ ୧୯ ଡିଗ୍ରୀ ରହିବ। ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details