ଓଡିଶା

odisha

ETV Bharat / city

ଓଡିଶାରେ ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୧୧ ସହର

ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରାୟ ୧୦ ଡିଗ୍ରୀ ତଳେ ୧୧ ସହରରେ ପାରଦ । ଅଧିକ ପଢନ୍ତୁ...

By

Published : Dec 24, 2020, 12:09 PM IST

ଓଡିଶାରେ ଶୀତ ଲହରି
ଓଡିଶାରେ ଶୀତ ଲହରି

ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରାୟ ୧୦ ଡିଗ୍ରୀ ତଳେ ୧୧ ସହରରେ ପାରଦ । ଫୁଲବାଣୀରେ ୪.୫ ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୬ ଡିଗ୍ରୀ ରହିଛି ।

ଅନ୍ୟପକ୍ଷେ ଦାରିଙ୍ଗବାଡିରେ ୮ ଡିଗ୍ରୀ, ଭବାନୀପାଟଣାରେ ୮.୨ ଡିଗ୍ରୀ, କୋରାପୁଟରେ ୮.୬ ଡିଗ୍ରୀ, ଝାରସୁଗୁଡା ଠାରେ ୮.୮ ଡିଗ୍ରୀ, ସୁନ୍ଦରଗଡରେ ୯.୫ ଡିଗ୍ରୀ, କେନ୍ଦୁଝରରେ ୯.୯ ଡିଗ୍ରୀ, ବଲାଙ୍ଗୀରରେ ୯.୫ ଡିଗ୍ରୀ, ବୌଦ୍ଧରେ ୯.୫ ଡିଗ୍ରୀ ଏବଂ ସୋନପୁରରେ ୯.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଟ୍ବିନ ସିଟି କଟକରେ ୧୨ ଡ଼ିଗ୍ରୀ ଏବଂ ଭୁବନେଶ୍ବର ଠାରେ ୧୩.୮ ଡ଼ିଗ୍ରୀ ରାତ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details