ଓଡିଶା

odisha

ETV Bharat / city

ଆହୁରି ୨ ଦିନ ଜାରି ରହିବ କୋହଲା ପାଗ - କୋହଲା ପାଗକୁ ଥଣ୍ଡା ପବନ

ଆଉ ୨ ଦିନ ରାଜ୍ୟରେ ଲାଗି ରହିବ କୋହଲା ପାଗ ସହ ଥଣ୍ଡା ପବନ। ପ୍ରାୟ ସ୍ଥାନରେ ୩ରୁ ୪ଡିଗ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିବ। ଏନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି। ଅଧିକ ଖବର ପଢନ୍ତୁ...

weather update
ରାଜ୍ୟରେ ଆହୁରି ୨ ଦିନ ଜାରି ରହିବ କୋହଲା ପାଗକୁ ଥଣ୍ଡା ପବନ

By

Published : Feb 12, 2020, 11:57 PM IST

ଭୁବନେଶ୍ବର: ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ କୋହଲା ପାଗ ସହ ଥଣ୍ଡା ପବନ। ଅନୁଗୁଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବାଲେଶ୍ବର, କଟକ,ଖୋର୍ଦ୍ଧା ଜିଲ୍ଲାରେ ଥଣ୍ଡା ପବନ ଆଉ ୪୮ ଘଣ୍ଟା ବହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରାୟ ସ୍ଥାନରେ ୩ରୁ ୪ଡିଗ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିବ।

ରାଜ୍ୟରେ ଆହୁରି ୨ ଦିନ ଜାରି ରହିବ କୋହଲା ପାଗକୁ ଥଣ୍ଡା ପବନ

ଆସନ୍ତା ୫ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ରାଜ୍ୟରେ ଗତ ୨୪ ଘଣ୍ଟାରେ କେନ୍ଦୁଝର,ସୋନପୁର, ଅନୁଗୁଳ,ଟିଟିଲାଗଡ଼, ଦାରିଙ୍ଗିବାଡି ଏବଂ ଫୁଲବାଣୀ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀରୁ କମ ରେକର୍ଡ କରାଯାଇଛି।

ଗତକାଲି ସୋନପୁର ଜିଲ୍ଲାରେ ସର୍ବନିମ୍ନ ୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଭୁବନେଶ୍ବରରେ ସର୍ବନିମ୍ନ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୧୫,୧୬ ଏବଂ ୧୭ ତାରିଖରେ ଉପକୂଳ ଓଡିଶାର ଜିଲ୍ଲା ଏବଂ କନ୍ଧମାଳ, କୋରାପୁଟ, ଅନୁଗୁଳ ଜିଲ୍ଲାରେ ସକାଳ ସମୟରେ ସ୍ବଳ୍ପ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details