ଓଡିଶା

odisha

କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ

By

Published : Oct 6, 2020, 11:45 AM IST

Updated : Oct 6, 2020, 12:59 PM IST

1999 ଝାଡଖଣ୍ଡ କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲା । ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ । ଅଧିକ ପଢନ୍ତୁ...

କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ
କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: 1999 ଝାଡଖଣ୍ଡ କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ମଙ୍ଗଳବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ । ଦିଲ୍ଲୀର ରାଓସ ଏଭେନ୍ୟୁ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଭାବେ ଦିଲୀପ ଭାର ସମ୍ଭାଳିଥିବା ବେଳେ ମଙ୍ଗଳବାର ତାଙ୍କୁ ସ୍ବତନ୍ତ୍ର ବିଚାରପତି ଭାରତ ପରାସର ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଅପରାଧିକ ଷଡଯନ୍ତ୍ର ଓ ଅନ୍ୟ ଅପରାଧ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଥିସହ କୋର୍ଟ ତତ୍କାଳୀନ କୋଇଲା ମନ୍ତ୍ରଣାଳୟର 2 ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟା ନନ୍ଦ ଗୌତମଙ୍କୁ ମଧ୍ୟ ସମ୍ପୃକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେପଟେ କ୍ୟାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡ(ସିଟିଏଲ)ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସମ୍ପୃକ୍ତ ଘଟଣାର ଅକ୍ଟୋବର 14ରେ ଦଣ୍ଡାଦେଶ ଶୁଣାଣି ହେବା ନେଇ ଜଣାପଡିଛି । ପ୍ରକାଶ ଥାଉକି, 1999 ମସିହାର ଝାଡଖଣ୍ଡସ୍ଥିତ ଗିରିଡିହର ବ୍ରହ୍ମଡିହା କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2020, 12:59 PM IST

ABOUT THE AUTHOR

...view details