ଓଡିଶା

odisha

By

Published : Jul 15, 2021, 8:37 PM IST

ETV Bharat / city

କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ସହାୟତା

କୋଭିଡ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକା ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

'ଆଜିକାଲି' ସମ୍ପାଦିକାଙ୍କ ପରିବାରକୁ 15 ଲକ୍ଷ ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
'ଆଜିକାଲି' ସମ୍ପାଦିକାଙ୍କ ପରିବାରକୁ 15 ଲକ୍ଷ ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୃତ ସାମ୍ବାଦିକାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ୧୫ ଲକ୍ଷ ଟଙ୍କାର ସହାୟତା ରାଶିକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକା ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାର ଲାଗି ଏହି ସହାୟତା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଆଜି (ଗୁରୁବାର) ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

କୋଭିଡର ପ୍ରଥମ ଲହରରେ ‘ଆଜିକାଲି’ର ସମ୍ପାଦକ ତଥା ମୁଖ୍ୟ କରସ୍ପଣ୍ଡେଣ୍ଟ ବିଜୟଲକ୍ଷ୍ମୀଙ୍କର ଦେହାନ୍ତ ହୋଇଥିଲା । ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯିବା ନେଇ ଘୋଷଣା ହୋଇଛି । ପୂର୍ବରୁ ଅନେକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି ବୋଲି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details