ଭୁବନେଶ୍ବର: ଲୋକଙ୍କର ଧନ, ସମ୍ପତି ସୁରକ୍ଷା କରିବା ସହ ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ହେଉଛି ଜଣେ ନିର୍ବାଚିତ ସରକାରଙ୍କ ଦାୟିତ୍ବ । ଏବେ ଆମ ରାଜ୍ୟରେ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ସମସ୍ତ ଯୋଜନା କରୁଛନ୍ତି । ବିଶେଷ କରି ଦିବ୍ୟାଙ୍ଗ ମାନେ ଯେମିତି କୌଣସି ଅସୁବିଧା ନଭୋଗିବେ ସେଥିପାଇଁ ସରକାର ସ୍ବତନ୍ତ୍ର ଯୋଜନା କରୁଥିବା କହୁଛନ୍ତି । ହେଲେ ସରକରାଙ୍କ ଯୋଜନା କେଉଁଠି ନା କେଉଁଠି ବାଟବଣା ହେଉଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ ।
ଏମିତି ଏକ ଘଟଣା ଏବେ ସମ୍ନାକୁ ଆସିଛି । ଗତ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନରସିଂହପୁର ଯାଇଥାନ୍ତି । ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ । ଯିଏକି ନିତିଦିନ କଟକ ବାଦାମବାଡି ଅଞ୍ଚଳରେ ଭିକ୍ଷାବୃତ୍ତି କରନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇବା ସହ ଗୋଟିଏ ଘର ଦେବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ତତକ୍ଷାଣତ ପାଖରେ ଉପସ୍ଥିତ ଥିବା ସେ ସମୟର କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଘର ଦେବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ ଆଜି ଯାଏ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।