ଓଡିଶା

odisha

ETV Bharat / city

ବେଦପ୍ରକାଶଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ - BJD

ବେଦପ୍ରକାଶ ଅଗ୍ରୱାଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ । ତାଙ୍କ ବିୟୋଗରେ ସେ ବ୍ୟକ୍ତିଗତ ଭାବେ ମର୍ମାହତ ଥିବା କହିଲେ । ଏଥିସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 20, 2019, 6:06 PM IST

ଭୁବନେଶ୍ବର: ଆରପାରିରେ ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ଶହ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ତାଙ୍କ ମରଶରୀରକୁ ଶେଷ ସମ୍ମାନ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ ନିଜର ପ୍ରତିକ୍ରିୟା ରଖି ଏହି ଦୁଃଖଦ ଘଟଣାରେ ବେଶ ମର୍ମାହତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ‘ଶ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ । ସେ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ନେତା ଥିଲେ । ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବିଶେଷଭାବେ କେନ୍ଦ୍ରାପଡ଼ା ଏବଂ ପାଟକୁରାବାସୀ ତାଙ୍କୁ ବହୁତ ଝୁରିବେ ।’

ବିଜେଡ଼ି କାର୍ଯ୍ୟାଳୟରୁ ସିଧାସଳଖ ତାଙ୍କ ପାର୍ଥିବ ଶରୀରକୁ କେନ୍ଦ୍ରାପଡ଼ା ନିଆଯାଇଛି । ସେଠାରେ ତାଙ୍କର ହଜାର ହଜାର ସମର୍ଥକ ଏବଂ ଶୁଭେଚ୍ଛୁ ନିଜ ପ୍ରିୟ ନେତାଙ୍କର ଶେଷ ଦର୍ଶନ ଅପେକ୍ଷାରେ ରହିଛନ୍ତି । ପରେ କେନ୍ଦ୍ରାପଡ଼ାରୁ ତାଙ୍କ ମରଶରୀର ପୁରୀ ସ୍ଵର୍ଗଦ୍ଵାର ଅଣାଯିବ ଏବଂ ସେହିଠାରେ ହିଁ ଶେଷକୃତ୍ୟ ସମ୍ପନ୍ନ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details