ଭୁବନେଶ୍ବର: ଗୁରୁବାର ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ବିଦେଶରୁ ଅନେକ ନେତା, ରାଜନେତା ଏହି ସମାରୋହରେ ଯୋଗଦାନ କରିବେ । କିନ୍ତୁ ଏହି ଉତ୍ସବରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ
ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ଉତ୍ସବରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଥମେ ନବୀନ ଏହି ଉତ୍ସବରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ଓଡିଶା ବିଧାନସଭାରେ 2019ରେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଅସ୍ଥାୟୀ ବାଚସ୍ପତିଙ୍କ ନିକଟରେ ଶପଥ ନେବେ । ତେଣୁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଜରୁରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇପାରିବେନି ନବୀନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରୁନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳକୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାଁନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ