ଭୁବନେଶ୍ବର: ପାରମ୍ପରିକ ଭିତ୍ତିଚିତ୍ର 'ସପ୍ତରଙ୍ଗ' ବୃତ୍ତିଚିତ୍ର ଆଜି(ବୁଧବାର) ଉନ୍ମୋଚନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିବେ । ଭିସି ଜରିଆରେ ଅପରାହ୍ନ 4 ଟାରେ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ।
ସପ୍ତରଙ୍ଗ ବୃତ୍ତିଚିତ୍ର: ଆଜି ମୁଖ୍ୟମନ୍ତ୍ରୀ କରିବେ ଉନ୍ମୋଚନ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ସପ୍ତରଙ୍ଗ' ବୃତ୍ତିଚିତ୍ରର ଉନ୍ମୋଚନ କରିବେ । ରଘୁରାଜପୁର ଏବଂ ଆଦିବାସୀ କଳାକୃତି ହେବ ସାମିଲ । ଅଧିକ ପଢନ୍ତୁ...
ଆଜି ଉନ୍ମୋଚନ ହେବ ପାରମ୍ପରିକ ଭିତ୍ତିଚିତ୍ର 'ସପ୍ତରଙ୍ଗ' ବୃତ୍ତିଚିତ୍ର । ବିଶ୍ଵ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର 'ସପ୍ତରଙ୍ଗ' ବୃତ୍ତିଚିତ୍ର ଆୟୋଜନ ହେବ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଅପରାହ୍ନ 4 ଟାରେ ଉନ୍ମୋଚନ କରିବେ । ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଲଳିତ କଳା ଏକାଡେମୀର ଓଏସଡି ମନସ୍ୱିନୀ ସାହୁ ପ୍ରମୁଖ ଉପସ୍ଥିତ ରହିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ